ଗ୍ୟାଙ୍ଗଷ୍ଟର ମୁନା ବଜରଙ୍ଗୀକୁ ଜେଲ୍‍ରେ ହତ୍ୟା

0

ଲକ୍ଷ୍ନୌ: ପ୍ରେମ ପ୍ରକାଶ ସିଂହ ଓରଫ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ମୁନା ବଜରଙ୍ଗୀକୁ ଆଜି ଉତ୍ତର ପ୍ରଦେଶର ବାଗପତ୍‍ ଜେଲ୍‍ ଭିତରେ ଗୁଳିକରି ହତ୍ୟା କରାଯାଇଛି। ମୁନା ବିରୋଧରେ ବିଜେପି ନେତା କ୍ରିଷ୍ଣାନନ୍ଦ ରାୟଙ୍କ ହତ୍ୟା ଅଭିଯୋଗ ଅଛି। ଗତ ରବିବାର ଦିନ ମୁନାକୁ ଝାନ୍ସିରୁ ବାଗ୍‍ପତ ସ୍ଥାନାନ୍ତର କରାଯାଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେବା ସହିତ ଜେଲ୍‍ ଅଧୀକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ମୁନାର ଜୀବନ ପ୍ରତି ବିପଦ ଥିବା ବିଷୟରେ ମୁନାର ପତ୍ନୀ ସୀମା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା ମୁନାର ଓକିଲ ଭି ଶ୍ରୀବାସ୍ତବ କହିଛନ୍ତି।

 

prayash

କିଏ ଏହି ମୁନା ବଜରଙ୍ଗୀ

୧୯୬୭ ମସିହାରେ ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲା ମୁନା। ତାର ପ୍ରକୃତ ନାମ ଥିଲା ପ୍ରେମ ପ୍ରକାଶ ସିଂହ। ଅପରାଧ ଦୁନିଆରେ ପାଦ ଦେବା ପରେ ସେ ମୁନା ବଜରଙ୍ଗୀ ଭାବରେ ପରିଚିତ ହୋଇଥିଲା। ପଞ୍ଚମ ଶ୍ରେଣୀ ପଢ଼ିବା ପରେ ମୁନା ପାଠ ଛାଡ଼ି ଦେଇଥିଲା। ପିଲାବେଳୁ ଅସ୍ତ୍ରଶସ୍ତ୍ର ସହିତ ଖେଳିବାକୁ ଭଲ ପାଉଥିଲା ଓ ଭବିଷ୍ୟତରେ ଜଣେ ଗ୍ୟାଙ୍ଗଷ୍ଟର ହେବାକୁ ଲକ୍ଷ୍ୟ ରଖିଥିଲା। ବଲିଉଡ୍‍ ଫିଲ୍ମର କାହାଣୀ ଓ ଦୃଶ୍ୟକୁ ସେ ବହୁତ ପସନ୍ଦ କରୁଥିଲା। ମାତ୍ର ୧୭ ବର୍ଷ ବୟସରେ ସେ ପ୍ରଥମ ଅପରାଧ କରିଥିଲା। ହିଂସା ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ପୁଲିସ ମୁନା ନାମରେ ମାମଲା ରୁଜୁ କରିଥିଲା।
ପରବର୍ତ୍ତୀ ସମୟରେ ଜୌନପୁରର କୁଖ୍ୟାତ ଅପରାଧୀ ଗଜରାଜ ସିଂହର ସହଯୋଗୀ ଭାବେ ଯୋଗ ଦେଇଥିଲା। ୧୯୮୪ରେ ତାର ପ୍ରଥମ ହତ୍ୟାର ଶିକାର ହୋଇଥିଲେ ବିଜେପି ନେତା ରାମଚନ୍ଦ୍ର ସିଂହ। ୧୯୯୦ରେ ସେ ମୌଉଠାରେ ମୁକତାର ଅନ୍‍ସାରୀ ଗ୍ୟାଙ୍ଗରେ ଯୋଗ ଦେଇଥିଲା। ୧୯୯୬ରେ ମୁକ୍‍ତାର ସମାଜବାଦୀ ପାର୍ଟି ଟିକେଟ୍‍ରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ମୁନା ସରକାରୀ ଟେଣ୍ଡର ଫିକ୍ସିଂରେ ମୁଖ୍ୟ ନାୟକ ଭାବେ କାମ କରୁଥିଲା। କିନ୍ତୁ ବିଜେପି ନେତା କ୍ରିଷ୍ଣନନ୍ଦ ରାଏଙ୍କ ପରିଚାଳିତ ଗ୍ୟାଙ୍ଗର ପ୍ରଭାବ ବଢ଼ିବା ସହିତ ମୁନାର ଗ୍ୟାଙ୍ଗ କ୍ରମଶଃ ଦୁର୍ବଳ ହେବାରେ ଲାଗିଲା। ଅନ୍‍ସାରୀଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବିଜେପିର ବ୍ରିଜେଶ୍‍ ସିଂହଙ୍କ ପ୍ରୋତ୍ସାହନ ଓ ପରୋକ୍ଷ ତତ୍ତ୍ୱାବଧାନରେ ପରିଚାଳିତ କ୍ରିଷ୍ଣନନ୍ଦଙ୍କ ଗ୍ୟାଙ୍ଗ ଯୋଗୁଁ ଅନ୍‍ସାରୀ ଗ୍ୟାଙ୍ଗ ପ୍ରଭୂତ କ୍ଷତି ସହିବା ପରେ କ୍ରିଷ୍ଣାନନ୍ଦଙ୍କୁ ହଟାଇବାକୁ ଅନ୍‍ସାରୀ ମୁନାକୁ ପରାମର୍ଶ ଦେଇଥିଲେ। ୨୦୦୫, ନଭେମ୍ବର ୨୯ ତାରିଖରେ ଲକ୍ଷେ୍ନø ରାଜପଥରେ କ୍ରିଷ୍ଣନନ୍ଦଙ୍କୁ ଏକେ ୪୭ ରାଇଫଲ୍‍ରୁ ଗୁଳି କରି ମୁନା ହତ୍ୟା କରିଥିଲା। ସେହି ଆକ୍ରମଣରେ କିଷ୍ଣାନନ୍ଦଙ୍କ ବ୍ୟତୀତ ଅନ୍ୟ ୬ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ଶରୀରରେ ୬୦ ରୁ ୧୦୦ ଗୁଳିବିଦ୍ଧ ଥିବା ପୋଷ୍ଟମୋର୍ଟମ ରିପୋର୍ଟରେ ଦର୍ଶାଯାଇଥିଲା।
ଏହି ଘଟଣା ପରେ ମୁନା ମୋଷ୍ଟ ୱାଣ୍ଟେଡ୍‍ ଅପରାଧୀ ତାଲିକାରେ ସାମିଲ୍‍ ହୋଇଯାଇଥିଲା। ତାକୁ ଧରିବା ପାଇଁ ସିବିଆଇ ଓ ଉତ୍ତରପ୍ରଦେଶ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ୭ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।
ମୁନା କିନ୍ତୁ ମୁମ୍ବାଇ ଚାଲିଯାଇଥିଲା। ସେଠାରୁ ସେ ଅଣ୍ଡରୱାର୍ଲ୍ଡ ସହିତ ସମ୍ପର୍କ ରଖିଥିଲା। ୨୦୦୯ ଅକ୍ଟୋବର ୨୯ ତାରିଖରେ ଦିଲ୍ଲୀ ପୁଲିସ ମୁନାକୁ ମୁମ୍ବାଇରୁ ଗିରଫ କରିଥିଲା। କୁହାଯାଏ ଯେ ଏନ୍‍କାଉଣ୍ଟରରୁ ବର୍ତ୍ତିବା ପାଇଁ ସେ ନିଜେ ହିଁ ନିଜର ଗିରଫ କରାଇବାରେ ସହାୟତା କରିଥିଲା। ୨୦ ବର୍ଷ ଭିତରେ ମୁନା ୪୦ ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

kalyan agarbati
Leave A Reply