କାବୁଲ: ତାଲିବାନ ଆତଙ୍କି ଗୋଷ୍ଠୀଙ୍କର ରାଜନୈତିକ କାର୍ଯ୍ୟାଳୟ ମୁଖ୍ୟ ମୁଲ୍ଲା ବରାଦର ଆଫଗାନିସ୍ତାନରେ ନୂଆ ସରକାରର ନେତୃତ୍ୱ ନେବେ। ତାଲିବାନର ତିନିଟି ବିଭିନ୍ନ ଗୋଷ୍ଠୀ ସୂତ୍ରରୁ ଏହି ସୂଚନା ମିଳିଛି। ତାଲିବାନର ପ୍ରତିଷ୍ଠାତା ସ୍ୱର୍ଗତ ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଆବାସ ସ୍ତାନେକଜାଇ ସରକାରରେ ବରିଷ୍ଠ ପଦବୀରେ ଅବସ୍ଥାପିତ ହେବେ ବୋଲି ଏହି ସୂତ୍ରରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ତାଲିବାନର ଅନ୍ୟତମ ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ସୁରକ୍ଷା ବାହିନୀ ୨୦୧୦ରେ ପାକିସ୍ତାନର କରାଚୀ ସହରରେ ଗିରଫ କରିବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା। ସେ ୨୦୧୮ରେ ଜେଲରୁ ମୁକ୍ତ ହୋଇଥିଲେ।
Popular Categories



