www.samajalive.in
Saturday, December 13, 2025
18.1 C
Bhubaneswar

ରାସ୍ତାରେ ଗର୍ତ୍ତ ଦେଉଛି ବିପଦ ସଙ୍କେତ

ମୁଖୀଗୁଡା: କଳାହାଣ୍ଡି ଜିଲା ଜୟପାଟଣା-ମୁଖୀଗୁଡା ରାସ୍ତା ଆରଏମସି ଛକ ନିକଟରେ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ରାସ୍ତାରେ ଯାଉଥିବା ଯାନବାହାନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ଗାତ ବୁଲାଣିରେ ରହିଥିବାରୁ ରାସ୍ତାରେ ସତର୍କ ନହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ। ଜୟପାଟଣା-ମୁଖୀଗୁଡା ରାସ୍ତାର ଉନ୍ନତିକରଣ ପାଇଁ ଭବାନୀପାଟଣା ପୂର୍ତ୍ତ ବିଭାଗ ଦ୍ବାରା ୭କୋଟି ୩୪ ଲକ୍ଷ ୪୮ ହଜାର ୩୦୧ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା। କାମ ଶେଷ ହେବା ସମୟ ୧୯ ଏପ୍ରିଲ ୨୦୨୨ ବୋଲି ରାସ୍ତା କଡରେ ଥିବା ବୋର୍ଡ଼ରେ ଉଲ୍ଲେଖ ରହିଛି, ହେଲେ ଦୀର୍ଘ ଦିନ ହେଲା ଆରଏମସି ଛକର ଗର୍ତ୍ତ ମରାମତି ହେଉନାହିଁ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ଗାଡି ମୋଟର ଯାତାୟତ ହେଉଛି। ଏହି ରାସ୍ତା ଦେଇ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉଥିବାରୁ ଏହାର ମରାମତି ଜରୁରୀ ହୋଇ ପଡ଼ିଛି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories