www.samajalive.in
Saturday, December 6, 2025
19.1 C
Bhubaneswar

ରାସ୍ତାକଡ଼ରୁ ବେଆଇନ ଗଛକଟା ଅଭିଯୋଗ ସତ୍ତ୍ବେ ଠିକାସଂସ୍ଥା ପ୍ରତି ବନବିଭାଗର ଦରଦ କାହିଁକି ?

ମୁଖୀଗୁଡା: ମୁଖୀଗୁଡା-ପାଇକ କେନ୍ଦୁମୁଣ୍ଡି ରାସ୍ତାକଡରେ ଥିବା କେତେକ ଗଛକୁ ବେଆଇନ ଭାବେ କଟାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଜମି ମାଲିକଙ୍କ ବିନା ଅନୁମତିରେ ମଧ୍ୟ ଜମିରୁ ମୂଲ୍ୟବାନ ଗଛ କାଟିନେବା ଜୟପାଟଣା ଥାନା ଏବଂ ରେଞ୍ଜରଙ୍କଠାରେ ଅଭିଯୋଗ ହୋଇ ୧୦ଦିନ ହୋଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ବିଭାଗର ସମ୍ପୃକ୍ତ ଠିକା ସଂସ୍ଥା ପ୍ରତି କାହିଁକି ଏତେ ଦରଦ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସଠାରୁ ଜୟପାଟଣା ସବଷ୍ଟେସନ ୩୩ କେଭି ବିଦ୍ୟୁତ ସଂଯୋଗ ପାଇଁ ପବିତ୍ର ଇଲେକ୍ଟ୍ରିକାଲସ ସଂସ୍ଥା ଦ୍ଵାରା ନୂତନ ବିଦ୍ୟୁତ ଖୁଣ୍ଟ ଏବଂ ତାର ଟଣା ଯାଉଥିବା ବେଳେ ମୁଖୀଗୁଡାଠାରୁ ପାଇକକେନ୍ଦୁମୁଣ୍ଡି ରାସ୍ତା କଡ଼ରେ ଥିବା ମୂଲ୍ୟବାନ ଗଛ କାଟି ଦେଇଥିବା ଗ୍ରାମବାସୀ ଜୟପାଟଣା ରେଞ୍ଜରଙ୍କ ନିକଟରେ ଗତ ୩୧ତାରିଖରେ ଲିଖିତ ଅଭିଯୋଗ କରିଥିଲେ ।

ସେହିପରି ପାଇକକେନ୍ଦୁମୁଣ୍ଡି ଗ୍ରାମର ଲଛୁରାମ ଚଣ୍ଡୀ ଏବଂ ବଳଦେବ ଚଣ୍ଡୀଙ୍କ ବ୍ୟକ୍ତିଗତ ଜମିରେ ଥିବା ୨୩ଟି ମୂଲ୍ୟବାନ ଗଛ ଉକ୍ତ ସଂସ୍ଥା ବିନା ଅନୁମତିରେ କାଟି ଦେଇଥିବା ଜୟପାଟଣା ଥାନା ଏବଂ ରେଞ୍ଜରଙ୍କ ନିକଟରେ ଅଭିଯୋଗ କରାଯାଇଛି । ତେବେ ଉକ୍ତ ସଂସ୍ଥା ବନ ବିଭାଗରୁ ଗଛ କାଟିବା ପାଇଁ କୌଣସି ଅନୁମତି ନେଇ ନଥିବା ରେଞ୍ଜରଙ୍କଠାରୁ ପ୍ରକାଶ । ବେଆଇନ ଭାବେ କଟାଯାଇଥିବା ଗଛର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାସହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖୀଗୁଡା ଏବଂ ପାଇକକେନ୍ଦୁମୁଣ୍ଡି ଗ୍ରାମର ସଚେତନ ନାଗରିକଙ୍କ ଦାବି ସତ୍ତ୍ବେ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଠିକା ସଂସ୍ଥାପ୍ରତି ବିଭାଗର ଏତେ ଦରଦ କଣ ପାଇଁ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।ଏନେଇ ରେଞ୍ଜରଙ୍କୁ ପଚାରିବାରୁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories