www.samajalive.in
Friday, December 5, 2025
20.1 C
Bhubaneswar

୧୨ବର୍ଷ ହେଲା ମିଳୁନି ମହିଳାଙ୍କ ପରିଚୟ, ଥଇଥାନ ପାଇଁ ଦାବି

ମୁଖୀଗୁଡା: ବାର ବର୍ଷ ଧରି ଜଣେ ମହିଳାଙ୍କୁ ଆଶ୍ରୟ ଦେଇ ତାଙ୍କ ପରିଚୟ ଏବଂ ଥଇଥାନ ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ବିଫଳ ହେବା ପରେ ଏବେ ଆଶ୍ରୟ ଦେଇ ଥିବା ବ୍ୟକ୍ତି ମହିଳାଙ୍କ ଥଇଥାନ ନେଇ ଚିନ୍ତାରେ ପଡିଯାଇଛନ୍ତି।

ଗତ ବାର ବର୍ଷ ତଳେ ଜଣେ ମହିଳା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ କପୁରମାଲ ଗ୍ରାମର ବଦ୍ରୀ ନାଗଙ୍କ ଘର ସାମନାରେ ବସିରହିଥିଲା ସେ ଭୋକିଲା ଜଣା ପଡୁଥିବାରୁ ଶ୍ରୀ ନାଗଙ୍କ ସ୍ତ୍ରୀ ଖାଇବାକୁ ଦେଇ ଥିଲେ। ଖାଇ ସାରିବା ପରେ ମହିଳା ଜଣକ ତାଙ୍କ ଘର ଛାଡ଼ି କୁଆଡେ ନ ଯାଇ ତାଙ୍କ ଘର ପାଖରେ ହିଁ ଥିଲା । ତାଙ୍କ ପରିଚୟ ପଚାରି ବାରୁ କିଛି ସ୍ପଷ୍ଟ ଭାବରେ କହି ପାରି ନ ଥିଲେ କିମ୍ବା କିଛି କଥା ମଧ୍ୟ ହୋଉ ନ ଥିଲେ। ରାତିରେ ମଧ୍ୟ ମହିଳା ଜଣକ କୁଆଡେ ନ ଯିବାରୁ ବାଧ୍ୟ ହୋଇ ଘରେ ଆଶ୍ରୟ ଦେଇଥିଲେ ସେମାନେ ଭାବି ଥିଲେ ତାଙ୍କର ପରିବାର ଲୋକେ ଆସି ନେଇ ଯିବେ। ମହିଳାଙ୍କୁ ତାଙ୍କ ନା ଠିକଣା ସମ୍ପର୍କରେ ପଚାରିଲେ କିଛି ଉତ୍ତର ମିଳୁ ନ ଥିଲା ଯେହେତୁ ସେ ସଙ୍କେତ ଦେବା ବ୍ୟତୀତସ୍ପଷ୍ଟ ଭାବରେ କିଛି କହି ପାରୁ ନ ଥିଲେ। ବଦ୍ରୀ ନାଗ ମହିଳାଙ୍କ ସମ୍ପର୍କରେ ଥାନାରେ ସୂଚନା ଦେଇଥିଲେ ହେ ମହିଳାଙ୍କ ସମ୍ପର୍କରେ କିଛି ଜଣା ପଡି ନ ଥିଲା ଶେଷରେ ଶ୍ରୀ ନାଗ ଗତ ୨୦l ୧୦l୨୦୧୪  ରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଟରେ ମହିଳାଙ୍କ ପରିଚୟ ଖୋଜିବା ଏବଂ ଥଇଥାନ ନିମନ୍ତେ ଲିଖିତ ଅଭିଯୋଗ କରିଥିଲେ। ତତ୍କାଳୀନ ଜିଲ୍ଲାପାଳ ଡ଼ି.ଏସ.ଡ଼ବ୍ଲୁ.ଓ ଙ୍କୁ ମହିଳାଙ୍କୁ ଶେଲଟର ହୋମରେ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ପୁଣି ଅଭିଯୋଗ ପ୍ରକୋଷ୍ଠରେ ମହିଳାଙ୍କ ଥଇଥାନ ସମ୍ପର୍କରେ ପଚାରି ବାରୁ କେବଳ ପ୍ରତି ଶୃତି ମିଳିଲା ଶେଷରେ ଶ୍ରୀ ନାଗ ନିଜେ ମହିଳାଙ୍କ ପରିଚୟ ଏବଂ ସମ୍ପର୍କୀୟ ଙ୍କ ସନ୍ଧାନ ପାଇଁ ନିଜେ ବିଭିନ୍ନ ଗ୍ରାମ ଅନୁସନ୍ଧାନ କରିବା ପରେ ଜଣା ପଡିଲା ଯେ ଜୟପାଟଣା ବ୍ଲଜ ବାନେର ନିକଟ ବାଲିଜୋର ଗ୍ରାମର ଠେଲା ପରିବାରର ଜଣେ ମହିଳା ଦୀର୍ଘ ଦିନ ଧରି ନିଖୋଜ ଅଛନ୍ତି ବୋଲି। ଯୋଗାଯୋଗ ପରେ ସେହି ପରିବାରର ଜଣେ ବ୍ୟକ୍ତି କିଛି ଲୋକଙ୍କୁଧରି କପୁରମାଲ ଆସିଥିଲେ ଏବଂ ବଦ୍ରୀ ନାଗଙ୍କ ଘରେ ଆଶ୍ରୟ ନେଇଥିବା ମହିଳା ତାଙ୍କ ମା ବୋଲି କହିଥିଲେ । ସେ ପ୍ରତିଶ୍ରୁତି ଦେଇଥିଲେ ଯେ ପରିବାର ଅନ୍ୟ ଲୋକଙ୍କ ସହ ଆଲୋଚନା କରି ତାଙ୍କ ମାକୁ ନେଇଯିବେ ବୋଲି କିନ୍ତୁ ନେଇନଥିଲେ। ମହିଳାଙ୍କୁ ନ ନେବାରୁ ସେମାନଙ୍କ ସହ ପୁଲିସ ସହାୟତାରେ ଯୋଗାଯୋଗକରା ଯିବାରୁ ବଦ୍ରୀ ନାଗଙ୍କ ଘରେ ଆଶ୍ରୟ ନେଇଥିବା ମହିଳା ତାଙ୍କ ମା ନୁହଁନ୍ତି ବୋଲି କହିଥିଲେ।
ଦୀର୍ଘ ଦିନ ଆଶ୍ରୟ ଦେଇଥିବା ବ୍ୟକ୍ତି ଏବେ ନିଯେ ପୁଅଙ୍କ ଆଶ୍ରାରେ ରହୁଥିବାରୁ ଆଉ କେତେ ଦିନ ମହିଳାଙ୍କ ବୋଝ ସମ୍ଭାଳିବେବୋଲି ପ୍ରଶ୍ନ କରିଛନ୍ତି । ମହିଳାଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣକରିବା ପାଇଁ ଶ୍ରୀ ନାଗ ଦାବୀ ଜଣାଇଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories