www.samajalive.in
Wednesday, December 10, 2025
14.1 C
Bhubaneswar

ଭାରତରେ 5-G ଶୁଭାରମ୍ଭ ନେଇ ମୁକେଶଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକାରେ 5-G ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଗଲାଣି। ଚୀନ 6-G ଉପରେ କାର୍ଯ୍ୟ ଆରମ୍ଭ କଲାଣି। କିନ୍ତୁ ଭାରତରେ ଏବେ ବି 4-G ଇଣ୍ଟରନେଟ୍‌ ସେବା ଜାରି ରହିଛି। 5-G ଲଞ୍ଚ କରାଯିବା ନେଇ ବହୁ ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ତାହା ଏଯାଏ ହୋଇପାରି ନାହିଁ। ତେବେ ରିଲାଏନ୍ସ ଜିଓର ମାଲିକ ତଥା ଶିଳ୍ପପତି ମୁକେଶ ଅମ୍ବାନୀ ଭାରତରେ 5-G ଇଣ୍ଟରନେଟ୍‌ ସେବାର ଶୁଭାରମ୍ଭ ନେଇ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି।

Image Courtesy: IEEE

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଣ୍ଡିଆନ ମୋବାଇଲ୍‌ କଂଗ୍ରେସ (ଭାରତୀୟ ମୋବାଇଲ୍‌ ସମ୍ମିଳନୀ) ୨୦୨୦ର ଉଦ୍‌ଘାଟନ କରିଛନ୍ତି। ଏହାର ପ୍ରଥମ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ରିଲାଏନ୍ସ ଜିଓ ଭାରତରେ ୨୦୨୧ ମଧ୍ୟଭାଗ ସୁଦ୍ଧା 5-G ଇଣ୍ଟରନେଟ୍‌ ସେବା ଲଞ୍ଚ କରିବା ନେଇ ଘୋଷଣା କରିଛନ୍ତି।

- Advertisement -
Image Courtesy: PSC

ଜିଓ ନେତୃତ୍ଵରେ ଏହି ସେବା ଚାଲିବ। ୨୦୨୧ର ୨ୟ ତ୍ରିମାସ ଅର୍ଥା ଜୁନ୍‌ ମାସ ଭିତରେ ଏହାର ଶୁଭାରମ୍ଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଥିବା ସେ କହିଛନ୍ତି। ଶସ୍ତା ମୂଲ୍ୟରେ ଏହି ସେବା ଗ୍ରାହକଙ୍କୁ ଯୋଗାଇ ଦିଆଯିବ ବୋଲି ମୁକେଶ କହିଛନ୍ତି। ଜିଓର 5-G ଟେକ୍ନୋଲୋଜି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେବ ବୋଲି ମୁକେଶ କହିଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ଏକ ସାକ୍ଷୀ ହେବ।

ମୁକେଶ କହିଥିଲେ, ଡିଜିଟାଲ ଯୁଗରେ ଆଜି ବି ୩୦ କୋଟି ଭାରତୀୟ 2-G ଇଣ୍ଟରନେଟ୍‌ରେ ଫସିଛନ୍ତି। ଏହି ୩୦ କୋଟି ଲୋକ ଯେପରି ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥା ସହିତ ଜଡ଼ିତ ହୋଇ ଏହାର ଲାଭ ଉଠାଇବେ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories