www.samajalive.in
Friday, December 12, 2025
15.1 C
Bhubaneswar

୨୦୨୧ରେ ଧୋନିଙ୍କୁ ସିଏସ୍‌କେ ରଖିବ: ଶ୍ରୀନିବାସନ୍

ଚେନ୍ନଇ: ଆଗକୁ ସେ ଭାରତ ପାଇଁ ଖେଳନ୍ତୁ ବା ନ ଖେଳନ୍ତୁ; ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇପିଏଲ୍‌ ଦଳ ଚେନ୍ନଇ ସୁପର କିଙ୍ଗ୍‌ସ ୨୦୨୧ ସିଜିନ୍ ଲାଗି ନିଶ୍ଚୟ ରଖିବ ବୋଲି କହିଛନ୍ତି ଏନ୍. ଶ୍ରୀନିବାସନ୍।

ସୂଚନାଯୋଗ୍ୟ, ନିକଟରେ ବିସିସିଆଇ ପକ୍ଷରୁ ଆନ୍ତର୍ଜାତିକ କ୍ରିକେଟରଙ୍କ ପାଇଁ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରା ଯାଇଥିବା ବେଳେ ଉକ୍ତ ତାଲିକାରେ ଧୋନିଙ୍କ ନାମ ନାହିଁ। ତେଣୁ ଧୋନିଙ୍କର ଆନ୍ତର୍ଜାତିକ କ୍ରିକେଟ ଜୀବନ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଖୁବ୍ ଶୀଘ୍ର ଧୋନି ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇପାରନ୍ତି ବୋଲି କେହିକେହି କହୁଥିବା ବେଳେ ୨୦୨୦ ଆଇପିଏଲ୍‌ରେ ତାଙ୍କ ପ୍ରଦର୍ଶନକୁ ଧୋନି ଅପେକ୍ଷା କରିଛନ୍ତି। ଯଦି ଆଇପିଏଲ୍‌ରେ ଧୋନି ଭଲ ପ୍ରଦର୍ଶନ କରନ୍ତି; ତେବେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସେ ଖେଳିବା କଥା ବିଚାର କରିପାରନ୍ତି।

- Advertisement -

ବିସିସିିଆଇର ପୂର୍ବତନ ସମ୍ପାଦକ ଏନ୍. ଶ୍ରୀନିବାସନ୍ ହେଉଛନ୍ତି ଇଣ୍ଡିଆ ସିମେଣ୍ଟ୍‌ସର ଉପସଭାପତି ତଥା ପରିଚାଳନା ନିର୍ଦେଶକ; ଯେଉଁ କମ୍ପାନୀ ହାତରେ ଚେନ୍ନଇ ସୁପର କିଙ୍ଗ୍‌ସର ମାଲିକାନା ରହିଛି। ରବିବାର ଶ୍ରୀନିବାସନ୍ ସ୍ପଷ୍ଟ କରିଛନ୍ତି ଯେ ଧୋନି ଭାରତ ପାଇଁ ଖେଳନ୍ତୁ କି ନ ଖେଳନ୍ତୁ; ଆସନ୍ତା ୨ ବର୍ଷ ଲାଗି ସେ ଚେନ୍ନଇ ସୁପର କିଙ୍ଗ୍‌ସ ପାଇଁ ହିଁ ଖେଳିବେ। ଆସନ୍ତାବର୍ଷ ସେ ନିଲାମକୁ ଗଲେ ମଧ୍ୟ ମୁଁ ଆପଣକୁ ପ୍ରତିଶ୍ରୁତି ଦେଉଛି ଯେ ତାଙ୍କୁ ଆମେ ଦଳରେ ରଖିବୁ। ୨୦୦୮ରେ ଆଇପିଏଲ୍‌ ଆରମ୍ଭହେବା ପରଠାରୁ ମହେନ୍ଦ୍ର ସିଂହ ଧୋନି ଚେନ୍ନଇ ସୁପର କିଙ୍ଗ୍‌ସର ଅଭିନ୍ନ ଅଙ୍ଗ ହୋଇ ରହିଛନ୍ତି। ସିଏସ୍‌କେ ୨ ବର୍ଷ ଲାଗି ଆଇପିଏ୍‌ଲରୁ ନିଲମ୍ବିତ ହୋଇଥିବା ବେଳେ ବାକି ସମସ୍ତ ବର୍ଷ ସେ ସିଏସ୍‌କେ ପାଇଁ ହିଁ ଖେଳିଛନ୍ତି। ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ୩ ବର୍ଷ ଆଇପିଏଲ୍‌ ଚମ୍ପିଆନ୍ ହୋଇଛି। ଗତବର୍ଷ ଜୁଲାଇରେ ଇଂଲଣ୍ଡରେ ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତହେବା ପରଠାରୁ ଧୋନି ଆଉ ଭାରତ ପାଇଁ ଖେଳିନାହାନ୍ତି। ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ସେ କିଛି କହୁନାହାନ୍ତି କି କାହା ପାଖରେ ଏହାର ଖବର ନାହିଁ। ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ଦେଶର ଏକମାତ୍ର କ୍ରିକେଟର; ଯାହାଙ୍କ ନେତୃତ୍ବରେ ଭାରତ ୨ଟି ବିଶ୍ବକପ୍ ଜିତିଛି। ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ୍ ଓ ୨୦୧୧ ଦିନକିଆ ବିଶ୍ବକପ୍ ଜିତିଛି। ଧୋନି ଦିନିକିଆରେ ୧୦ଟି ଶତକ ସହ ୧୦୭୭୩ ଏବଂ ଟ୍ବେଣ୍ଟି୨୦ରେ ୧୬୧୭ ରନ୍ ସ୍କୋର୍ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories