www.samajalive.in
Saturday, December 6, 2025
16.1 C
Bhubaneswar

ବିଜୟ ହଜାରେ ଟ୍ରଫି ଖେଳିବେ ନାହିଁ ଧୋନି; ଜାତୀୟ ମନୋନୟନକାରୀ କ୍ଷୁବ୍ଧ

ବାଙ୍ଗାଲୋର : ଘରୋଇ ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲରେ ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଝାଡ଼ଖଣ୍ଡ ତରଫରୁ ଖେଳିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ଜାତୀୟ ମନୋନୟନ କମିଟି ଅଧ୍ୟକ୍ଷ ଏମ୍‍ଏସକେ ପ୍ରସାଦ। ତେବେ କ୍ୱାର୍ଟର ଫାଇନାଲରେ ଧୋନି ଖେଳିବେ ନାହିଁ ବୋଲି ଜଣାପଡ଼ିଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଝାଡ଼ଖଣ୍ଡର ମୁଖ୍ୟ ପ୍ରଶିକ୍ଷକ ରାଜୀବ କୁମାର କହିଛନ୍ତି ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‍ରେ ଧୋନି ଖେଳିବେ ନାହିଁ। ଝାଡ଼ଖଣ୍ଡ ଦଳ ବେଶ୍‍ ଭଲ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଖେଳାଳିମାନଙ୍କ ମଧ୍ୟରେ ସମନ୍ୱୟ ବେଶ୍‍ ଭଲ ଥିବା ଧୋନି ତାଙ୍କୁ କହିବା ସହ ଏଥିରେ ବ୍ୟାଘାତ ସୃଷ୍ଟି ନ କରିବାକୁ କ୍ୱାର୍ଟର ଫାଇନାଲରେ ଖେଳିବେ ନାହିଁ ବୋଲି ଜଣାଇ ଦେଇଛନ୍ତି। ସୂଚନାଥାଉକି ଧୋନି ଅନ୍ତର୍ଜାତୀୟ ମ୍ୟାଚ୍‍ରେ ଆଶାନୁରୂପକ ବ୍ୟାଟିଂ ପ୍ରଦର୍ଶନ କରିବାରେ ବିଫଳ ହେଉଥିବାରୁ ସେ ଘରୋଇ କ୍ରିକେଟ୍‍ ଖେଳି ଫର୍ମ ଫେରି ପାଇବାକୁ ଚେଷ୍ଟା କରିବା ଉଚିତ୍‍ ବୋଲି କିଛିଦନ ତଳେ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳର ମୁଖ୍ୟ ମନୋନୟନକାରୀ ଏମ୍‍ଏସକେ ପ୍ରସାଦ ସାମ୍ବାଦିକଙ୍କୁ କହିଥିଲେ ଧୋନି ଝାଡ଼ଖଣ୍ଡ ତରଫରୁ ବିଜୟ ହଜାରେ ଟ୍ରଫିରେ ଖେଳିବେ। ବର୍ତ୍ତମାନ ଧୋନି ବିଜୟ ହଜାରେ ଟ୍ରଫି ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଯିବା ପରେ ଜାତୀୟ ମନୋନୟନକାରୀମାନେ କ୍ଷୁବ୍ଧ ଥିବା ଜଣାପଡ଼ିଛି। ବିଜୟ ହଜାରେ ଟ୍ରଫିରେ ଖେଳିଥିଲେ ଧୋନିଙ୍କ ପାଇଁ ଭଲ ହୋଇଥାନ୍ତା ବୋଲି ବିସିସିଆଇର ଜଣେ ଅଧିକାରୀ ମତ ଦେଇଛନ୍ତି।
ଧୋନି ବିଜୟ ହଜାରେ ଟ୍ରଫିରେ ଖେଳିବେ ବୋଲି ଏମଏସକେ ପ୍ରସାଦ କହିବା ପୂର୍ବରୁ ଏ ସଂପର୍କରେ ଧୋନିଙ୍କ ସହ ଆଲୋଚନା କରିଥିଲେ କି ନାହିଁ ସେଥିନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାତୀୟ ମନୋନୟନକାରୀ କୌଣସି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବା ପୂର୍ବରୁ ଖେଳାଳିମାନଙ୍କ ସହ ଆଦୌ କଥା ହେଉନଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ମୁରଲୀ ବିଜୟ ଓ କରୁଣ ନାୟାରଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‍ ପାଇଁ ଭାରତୀୟ ଦଳରୁ ବାଦ୍‍ ଦିଆଯିବା ସଂପର୍କରେ ସେମାନଙ୍କ ସହ ମଧ୍ୟ ମନୋନୟନକାରୀ କୌଣସି ଆଲୋଚନା କରିନଥିବା ଅଭିଯୋଗ ଆସିଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories