www.samajalive.in
Sunday, December 14, 2025
26.1 C
Bhubaneswar

ଇସ୍ତଫା ଦେଲେ ୱାଇଏସ୍‌ଆର କଂଗ୍ରେସର ୫ ସାଂସଦ

ନୂଆଦିଲ୍ଲୀ, ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ୱାଇଏସ୍‌ଆର କଂଗ୍ରେସର ୫ ଜଣ ସାଂସଦ ଇସ୍ତଫା ଦେବା ସହିତ ଦିଲ୍ଲୀସ୍ଥିତ ଆନ୍ଧ୍ରଭବନ ସାମ୍‌ନାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି । ଏହି ପ୍ରସଙ୍ଗରେ ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ୱାଇଏସ୍‌ଆର କଂଗ୍ରେସର ସାଂସଦମାନେ କହିଥିଲେ । ମାତ୍ର ବାଚସ୍ପତି ଏଥିପାଇଁ ଅନୁମତି ଦେଇ ନ ଥିଲେ । ଆଜି ସଂସଦର ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷିତ ହେବା ପରେ ୱାଇଏସ୍‌ଆର କଂଗ୍ରେସର ୫ ଜଣ ସାଂସଦ ଭି. ଭାରା ପ୍ରସାଦ ରାଓ, ୱାଇ ଭି ସୁବା ରେଡ୍ଡି, ପି ଭି ମିଧୁନ ରେଡ୍ଡି, ୱାଇ ଏସ୍‌ ଅଭିନାଶ ଆର ମେକାପତି, ରାଜାମୋହନ ରେଡ୍ଡି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଅବହେଳା ଯୋଗୁଁ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ଦାବି ସଠିକ୍‌ ଢଙ୍ଗରେ ଉପସ୍ଥାପନ କରାଯାଇପାର ିନ ଥିବା ୱାଇଏସ୍‌ଆର ସାଂସଦମାନେ ଅଭିଯୋଗ କରିଛନ୍ତି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories