www.samajalive.in
Saturday, December 6, 2025
23.1 C
Bhubaneswar

ମୋଟୋରୋଲା ଆଣିଲା ନୂଆ ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା ମୋଟୋରୋଲା ଭାରତୀୟ ବଜାରରେ ନିଜ ନୂଆ ସ୍ମାର୍ଟଫୋନ୍ ମୋଟୋରୋଲା ଏଜ୍ ୫୦ ପ୍ରୋ ଲଞ୍ଚ୍ କରିଦେଇଛି । କମ୍ପାନୀ କହିଛି କି ଏଥିରେ ବିଶ୍ବର ପ୍ରଥମ କୃତ୍ରିମ ବୁଦ୍ଧିମତା ବିଶିଷ୍ଟ କ୍ୟାମେରା ଲାଗିଛି  । ଏହା ସହିତ ଏଥିରେ ୧.୫ କେ ରିଜୋଲ୍ୟୁସନ ଏବଂ ୧୪୪ ହର୍ଜ ରିଫ୍ରେଶ୍ ରେଟ୍ ବିଶିଷ୍ଟ କଲର ଡିସପ୍ଲେ ରହିଛି । ଏହାର ପ୍ରାରମ୍ଭିକ ଦାମ୍ ୨୭୯୯୯ ଟଙ୍କା ରଖିଛି କମ୍ପାନୀ ।

- Advertisement -

ମୋଟୋରୋଲାର କହିବାନୁସାରେ ଉପଭୋକ୍ତାଙ୍କୁ ଏଥିରେ କୃତ୍ରିମ ବୁଦ୍ଧିମତା ବିଶିଷ୍ଟ କ୍ୟାମେରା ମିଳିବ । ଏହା ସହିତ ଏଥିରେ ଅନେକ ଖାସ୍ ଫିଚର୍ସ ମଧ୍ୟ ରହିଛି । ଫୋନରେ ୫୦ ଏମପିର ପ୍ରାଇମେରୀ କ୍ୟାମେରା, ୧୩ ଏମପିର ମାକ୍ରୋ-ଅଲ୍ଟ୍ରା ଓ୍ବାଇଡ୍ କ୍ୟାମେରା ଏବଂ ୧୦ ଏମପିର ଟେଲିଫୋଟୋ ଲେନ୍ସ ମିଳିବ । ଫୋନରେ ୪୫୦୦ ଏମଏଏଚର ଦମଦାର ବ୍ୟାଟେରୀ ଏବଂ ଓ୍ବେୟାରଲେସ୍ ଚାର୍ଜିଂର ସପୋର୍ଟ ମିଳିବ । ଫୋନର ଜଳରୋଧୀ କ୍ଷମତା ମଧ୍ୟ ରହିଛି ।

ଫୋନ୍ ୩ଟି ରଙ୍ଗରେ ଉପଲବ୍ଧ ହେବ । ଦାମ୍ କଥା କହିବା ତ ଏହାର ୮ଜିବି ଏବଂ ୨୫୬ ଜିବି ଭେରିଏଣ୍ଟର ଦାମ୍ ୨୯,୯୯୯ ଟଙ୍କା ରହିଥିବାବେଳେ ୧୨ ଜିବି ଏବଂ ୨୫୬ ଜିବି ଷ୍ଟୋରେଜ୍ ବିଶିଷ୍ଟ ଭେରିଏଣ୍ଟର ଦାମ୍ ୩୩,୯୯୯ ଟଙ୍କା । ୯ ଏପ୍ରିଲରୁ କମ୍ପାନୀର ଅଫିସିଆଲ ଓ୍ବେବସାଇଟ୍ ଏବଂ ଇ-କମର୍ସ ପ୍ଲାଟଫର୍ମ ପ୍ଲିପକାର୍ଟରେ ଏହାର ବିକ୍ରି ଆରମ୍ଭ ହେବ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories