www.samajalive.in
Thursday, December 11, 2025
15.1 C
Bhubaneswar

ଓଡ଼ିଶା ମୋସନ୍ ପିକ୍ଚର୍ ଆୱାର୍ଡ଼- ଶ୍ରେଷ୍ଠ ଅଭିନେତ୍ରୀ ଦିବ୍ୟାଦିଶା, ଶ୍ରୀତମ ଦାସ ଶ୍ରେଷ୍ଠ ଖଳନାୟକ

ଭୁବନେଶ୍ୱର : ମାସ୍ ଇଭେଣ୍ଟସ୍ ତରଫରୁ ଓଡ଼ିଶା ମୋସନ୍ ପିକ୍ଚର୍ ଆୱାର୍ଡ଼ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ବରିଷ୍ଠ ସ୍ତମ୍ଭକାର ଅମୀୟ ପାଣ୍ଡବ ଓ ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ସଭାପତି ଶକ୍ତି ପ୍ରସାଦ ପତି ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଅଭିନେତା ଭାବେ ଚନ୍ଦନ କର, ଶ୍ରେଷ୍ଠ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ହର ରଥ, ଶ୍ରେଷ୍ଠ ଖଳନାୟକ ଭାବେ ଶ୍ରୀତମ ଦାସ, ଶ୍ରେଷ୍ଠ ଲେଖକ ଭାବେ ନିର୍ମଳ ନାୟକ, ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ଜୀବନ ପଣ୍ଡା, ଶ୍ରେଷ୍ଠ ସିନେମାଟୋଗ୍ରାଫର ଭାବେ ପ୍ରଦୀପ କୁମାର, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାକେଶ ସାମଲ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମଳୟ ମିଶ୍ର, ଶ୍ରେଷ୍ଠ ଶିଶୁ ପ୍ରତିଭା ଭାବେ ପ୍ରିୟାଂଶୀ ଜେନା, ଶ୍ରେଷ୍ଠ ନବାଗତା ନାୟିକା ଭାବେ ପିଆଲି ଦାଶ, ଶ୍ରେଷ୍ଠ ସିନେ ସାମ୍ବାଦିକ ଭାବେ ସୁବ୍ରତ କୁମାର ମହାନ୍ତି, ଶ୍ରେଷ୍ଠ ଆଙ୍କର ଭାବେ ମୁକେଶ କୁମାର ଓ ଶେଷ୍ଠ ଚଳଚ୍ଚିତ୍ର ଭାବେ “ତୋ ପାଇଁ ଫେରିବି ବସୁଧା ଚିରି’କୁ ସମ୍ମାନିତ କରାଯାଇଥିଲା।

 

- Advertisement -

ଏହି ଅବସରରେ ଅନେକ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ସହିତ ଜଡ଼ିତ ଥିବା କିଛି ବରିଷ୍ଠ କଳାକାର – ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ (ହାଡ଼ୁ), ଚୌଧୁରୀ ଜୟ ପ୍ରକାଶ ଦାସ, ଦେବୀ ବାରିକ, ଭିକାରୀ ସ୍ୱାଇଁ ପ୍ରମୁଖଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଗର୍ବ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ମୁକେଶ କୁମାର ଓ ମାସ୍ ଇଭେଣ୍ଟସ୍ର ସଂଯୋଜକ ମିର୍ ଅହମ୍ମଦ ଅଲ୍ଲୀ ପରିଚାଳନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories