www.samajalive.in
Tuesday, December 9, 2025
23.1 C
Bhubaneswar

‘କର୍ବିଭ୍ୟାକ୍ସ’ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ ପାଇଁ ଦାବି

ନୂଆଦିଲ୍ଲୀ : ଭାରତର ଅନ୍ୟତମ ପ୍ରସିଦ୍ଧ ଟିକା ନିର୍ମାତା ‘ବାୟୋଲୋଜିକାଲ ଇ’ ଏହାର କରୋନା ପ୍ରତି​​‌ଷେଧକ ଟିକାକୁ ଜରୁରୀକାଳୀନ ବ୍ୟବହାରପାଇଁ ଅନୁମୋଦନ ଦେବାକୁ ଦାବି କରିଛି । କମ୍ପାନୀ କହିଛି ଯେ ଏହାର ‘କର୍ବିଭ୍ୟାକ୍ସ ଟିକା’ ୧୨-୧୮ ବର୍ଷ ବୟସ ପିଲାଙ୍କ ପାଇଁ ବ୍ୟବହାର କରାଯାଇପାରିବ । ଏ ସଂପର୍କରେ କମ୍ପାନୀ ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ) ନିକଟରେ ଏକ ପ୍ରସ୍ତାବ ଦାଖଲ କରିଛି।

ଡିସିଜିଆଇ କର୍ବିଭ୍ୟାକ୍ସକୁ ଅନୁମୋଦନ ଦେଇସାରିଛନ୍ତି। ଏହା ହେଉଛି ଭାରତର ପ୍ରଥମ ପ୍ରୋଟିନ୍ ଆଧାରିତ ଟିକା ଏବଂ ଏହା ଭାରତରେ ହିଁ ବିକଶିତ ହୋଇଛି। ୨୦୨୧ ଡିସେମ୍ବର ୨୮ରେ ଏହାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ ଅନୁମୋଦନ କରିଥିଲେ |

- Advertisement -

ଫେବୃଆରୀ ୯ ରେ ଡିସିଜିଆଇକୁ ପଠାଯାଇଥିବା ଏକ ଆବେଦନରେ ‘ବାୟୋଲୋଜିକାଲ ଇ’ର ଗୁଣବତ୍ତା ଏବଂ ନିୟାମକ ବ୍ୟାପାର ମୁଖ୍ୟ ଶ୍ରୀନିବାସ କୋସାରାଜୁ କହିଛନ୍ତି ଯେ ୨୦୨୧ ସେପ୍ଟେମ୍ବରରେ ପାଞ୍ଚରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଟୀକାକରଣର ଦ୍ୱିତୀୟ ଏବଂ ତୃତୀୟ କ୍ଲିନିକାଲ ଅଧ୍ୟୟନ ପାଇଁ ତାଙ୍କ କମ୍ପାନୀ ଅନୁମୋଦନ ଲାଭ କରିଛି।

ସେ କହିଛନ୍ତି, ନିଷେଧାଜ୍ଞା ପ୍ରମାଣପତ୍ରକୁ ଆଧାର କରି ‘ବାୟୋଲୋଜିକାଲ ଇ’ ଅକ୍ଟୋବର ୨୦୨୧ରେ କ୍ଲିନିକାଲ୍ ଅଧ୍ୟୟନ ଆରମ୍ଭ କରିଥିଲା। ବର୍ତ୍ତମାନ ଦ୍ୱିତୀୟ ଏବଂ ତୃତୀୟ ପରୀକ୍ଷଣରୁ ଏହାର ନିରାପତ୍ତା ଏବଂ ଫଳପ୍ରଦ ଫଳାଫଳ ପରୀକ୍ଷା କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବଶାଳୀ। ତେଣୁ ତୁରନ୍ତ ଏହାକୁ ଜରୁରୀକାଳୀନ ବ୍ୟବହାରପାଇଁ ଅନୁମୋଦନ ଦେବାକୁ କମ୍ପନୀ ଆବେଦନ କରିଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories