www.samajalive.in
Friday, December 12, 2025
14.1 C
Bhubaneswar

ଥାନା ଅଧିକାରୀଙ୍କୁ ହତ୍ୟା ଘଟଣା; ପୁଅର ମୃତଦେହ ଦେଖି ଟଳି ପଡ଼ିଲା ମା’, ଏକାସଙ୍ଗେ ହେବ ଅନ୍ତିମ ସଂସ୍କାର

ବିହାରର କିଶନଗଞ୍ଜ ଟାଉନ ଥାନା ଅଧିକାରୀ ଅଶ୍ବିନୀ କୁମାରଙ୍କୁ ଅପରାଧୀମାନେ ପିଟି ପିଟି ହତ୍ୟା କରିଥିଲେ। ରବିବାର ଅଶ୍ବିନୀଙ୍କ ମୃତଦେହ ସତ୍କାର ଲାଗି ତାଙ୍କ ଗାଁସ୍ଥିତ ଘରକୁ ଅଣାଯାଇଥିଲା। ଅଶ୍ବିନୀଙ୍କ ମୃତଦେହ ଘରେ ପହଞ୍ଚିବା ପରେ ତାହାକୁ ଦେଖି ତାଙ୍କ ମା’ ଉର୍ମିଳା ଦେବୀ ସହଜରେ ଗ୍ରହଣ କରିପାରି ନ ଥିଲେ। ତତ୍‌କ୍ଷଣାତ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ଏକାସଙ୍ଗେ ଉଭୟଙ୍କ ଅନ୍ତିମ ସଂସ୍କାର ହେବାକୁ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଶୋକର ଛାୟା ଖେଳିଯାଇଛି।

ଶହୀଦ ଅଶ୍ବିନୀ କୁମାରଙ୍କ ମା’ ଉର୍ମିଳା ଦେବୀ ପାଟନାରେ ବୋହୂ ମୀନୁ ସ୍ନେହଲତା ଏବଂ ପିଲାମାନଙ୍କ ସହ ରହୁଥିଲେ। ଅଶ୍ବିନୀଙ୍କର ୨ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଉର୍ମିଳା ହୃଦରୋଗୀ ଥିଲେ, ସେଥିପାଇଁ ଅଶ୍ବିନୀଙ୍କ ମୃତ୍ୟୁ ବିଷୟରେ ତାଙ୍କୁ ପୂର୍ବରୁ କୁହାଯାଇ ନ ଥିଲା। ଶନିବାର ବିଳମ୍ବିତ ରାତିରେ ତାଙ୍କୁ ପୁଅ ମୃତ୍ୟୁ ବିଷୟରେ କୁହାଯାଇଥିଲା। ରବିବାର ସକାଳେ ସେ ପୁଅର ମୃତଦେହ ଦେଖିବା ପରେ ସେହିଠାରେ ଟଳି ପଡ଼ିଥିଲେ।

- Advertisement -

ସୂଚନାଯୋଗ୍ୟ, କିଶନଗଞ୍ଜ ଥାନା ଅଧିକାରୀ ଅଶ୍ବିନୀ ନିଜ ଟିମ ସହିତ ଗତ ଶୁକ୍ରବାର ରାତିରେ ଏକ ଚୋରି ମାମଲାରେ ଚଢ଼ାଉ କରିବା ଲାଗି ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳକୁ ଯାଇଥିଲେ। ହେଲେ ଚଢ଼ାଉ ସମୟରେ ବହୁ ସଂଖ୍ୟକ ଅପରାଧୀ ପୁଲିସ ଟିମ୍‌ ଉପରେ ଆକ୍ରମଣ କରିଥିଲେ। ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ ହେଁ ଅଶ୍ବିନୀ ଅପରାଧୀଙ୍କ ସହିତ ଏକା ଲଢ଼ିଥିଲେ। ହେଲେ ଏତେ ସଂଖ୍ୟକ ଅପରାଧୀଙ୍କୁ ସେ ଏକୁଟିଆ ପ୍ରତିହତ କରିପାରି ନ ଥିଲେ। ଅପରାଧୀମାନେ ତାଙ୍କୁ ପିଟି ପିଟି ମାରି ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories