www.samajalive.in
Thursday, December 11, 2025
18.1 C
Bhubaneswar

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ସିଦ୍ଧୁ ମୁଜେଓ୍ୱାଲାଙ୍କ ପିତାମାତା

ଚଣ୍ଡୀଗଡ- ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁଜେଓ୍ୱାଲାଙ୍କୁ ଗତ କିଛିଦିନ ତଳେ ଗୁଳିମାରି ହତ୍ୟା କରାଯାଇଥିଲା । ଏହାକୁ ନେଇ ପଞ୍ଜାବରେ ବିରୋଧ ପ୍ରଦର୍ଶନ କରିଥିଲେ । ଶନିବାରରେ  ମୁଜେଓ୍ୱାଲାଙ୍କ ପିତାମାତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ।

ଏହି ସମୟରେ ସିଦ୍ଧୁ ମୁଜେଓ୍ୱାଲାଙ୍କ ପରିବାର ଲୋକ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

- Advertisement -

ଏହି ସାକ୍ଷାତ ଆଲୋଚନା ପରେ ସମୁଜେଓ୍ୱାଲାଙ୍କ ପରିବାର ଲୋକ ସେମାନଙ୍କର ପୈତୃକ ଗ୍ରାମକୁ ଫେରିଆସିଥିଲେ ।

ସୂଚନାଯୋଗ୍ୟ ପଞ୍ଜାବର ମନସା ଠାରେ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁଜେଓ୍ୱାଲା ଗୁଳି କରି ହତ୍ୟା କରାଯାଇଥିଲା । ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିରେ ଗୁରୁତର  ମୁଜେଓ୍ୱାଲାଙ୍କୁ ମନସା ହସ୍ପିଟାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କୁ ପଞ୍ଜାବ ପୁଲିସ ଯୋଗାଇ ଦେଇଥିବା ସୁରକ୍ଷା ବ୍ୟବସ୍ଥା କିଛିଦିନ ତଳେ ପ୍ରତ୍ୟାହାର କରିନେବା ପରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପଞ୍ଜାବ ପୁଲିସ ଅନ୍ୟ ୪୨୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିଥିଲା। , ଗାୟକ ସିଦ୍ଧୁ ମୁଜେଓ୍ୱାଲାପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଗତ ବର୍ଷ ଡିସେମ୍ବରରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories