www.samajalive.in
Friday, December 5, 2025
26.1 C
Bhubaneswar

ପାପଡାହାଣ୍ଡିରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଅଙ୍ଗନବାଡ଼ି ଠାରେ ଶୁକ୍ରବାର ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖଠାରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସିଡିଏମ ଶୋଭାରାଣୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଗ୍ରାମବାସୀଙ୍କୁ ମଶାରୀ ବ୍ୟବହାର ଓ ଏହାର ଉପକାରିତା ବିଷୟରେ କହିବା ସହ ନବରଙ୍ଗପୁର ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ ଜିଲ୍ଲା ଭାବେ ଗଢିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ଏପିଡି ରତ୍ନାକର ସାହୁ ପ୍ରମୁଖ ଉପସ୍ଥିତ ରହି ୧୫ ଜଣ ସଦସ୍ୟଙ୍କୁ ମଶାରୀ ପ୍ରଦାନ କରିଥିଲେ। ପାପଡାହାଣ୍ଡି ବ୍ଲକର ୨୩ ଗୋଟି ଗ୍ରାମପଞ୍ଚାୟତରେ ୯୭୩୨୦ଟି ମଶାରୀ ବଣ୍ଟନ କରାଯିବାର କାର୍ୟ୍ୟକ୍ରମ ହାତକୁ ନିଆଯାଇଥିବା ସହ ଏହାଦ୍ୱାରା ୧୫୩୭୨୫ ଜଣ ଲୋକ ମ୍ୟାଲେରିଆ ଦାଉରୁ ବଞ୍ଚିତ ରହିବେ ଓ ଏହା ଅକ୍ଟୋବର ମାସ ୨୫ ତାରିଖ ସୁଦ୍ଧା ସମସ୍ତକୁ ମଶାରୀ ବଣ୍ଟନ କରାଯିବ ବୋଲି ସ୍ୱାସ୍ଥ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମଶାରୀ ରାତ୍ରି ଶୋଇବା ସମୟରେ ଟାଙ୍ଗି ଶୋଇବା ସହ ଦିନ ବେଳେ ମଶାରୀ ଘର ଭିତରେ ଟାଙ୍ଗି ରଖିଲେ ମଶା ଔଷଧ ପ୍ରଭାବରେ ଆସିବ ନାହିଁ ଓ ଏହି ମଶାରୀକୁ ଅଳ୍ପ ଗରମ ପାଣିରେ ସଫା କରିବା ଓ ଏହାର ଉପକାରିତା ବିଷୟରେ ସିଡିଏମ ବୁଝାଇଥିଲେ। ଲୋକକୁ ସାମାଜିକ ଦୂରତା ରକ୍ଷା କରିବା ହାତକୁ ସାବୁନରେ ସଫା କରିବା, ମାସ୍କ ବ୍ୟବହାର କରିବାକୁ କରନା ଦାଉରୁ ନିଜକୁ ରକ୍ଷା କରିବାକୁ ଲୋକଙ୍କୁ ଏହି କାର୍ୟ୍ୟକ୍ରମରେ ବିଧାୟକ କହିଥିଲେ। ଦଳେଇଗୁଡା ଗ୍ରାମର କୁନିକୁନି ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କୁ ମାଳତୀଦେବୀ ପ୍ରାକ ବିଦ୍ୟାଳୟ ପରିଥାନ ଯୋଜନାରେ ୫୯ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ସହ ମାସ୍କ ବିତରଣ କରଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ଗୀତାରାଣୀ ସାହୁ, ବ୍ଲକ ଅଧକ୍ଷା ସେବତୀ ସନ୍ତା, ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ମେଡିକାଲ ଇନଚାର୍ଜ ଡ଼ ପ୍ରିୟରଞ୍ଜନ ବାହାଲି, ଡ଼ ସୁଶ୍ରୀତା ସେଠି, ଏବିଡିଓ ଶ୍ରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories