ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତ ସଂଖ୍ୟା ବୁଧବାର ୧୨ ଲକ୍ଷ ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫କୁ ବୃଦ୍ଧି ପାଇଛି। ରାତି ସୁଦ୍ଧା ଏହା ୧୨ ଲକ୍ଷ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି। ସେହିପରି ଦିନକରେ ୬୪୮ ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୮ ହଜାର ୭୩୨ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ୪ ଲକ୍ଷ ୧୧ ହଜାର ୧୩୩ ଜଣ ସକ୍ରିୟ ରୋଗୀ ଥିବାବେଳେ ୭ ଲକ୍ଷ ୫୩ ହଜାର ୫୦ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



