www.samajalive.in
Saturday, December 6, 2025
23.1 C
Bhubaneswar

ଲବଙ୍ଗର ରହିଛି ଏହି ଚମତ୍କାରୀ ଗୁଣ

ସାଧାରଣ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟାକୁ ଦୂର ପାଇଁ ଲବଙ୍ଗକୁ ବ୍ୟବହାର କରାଯାଇପାରିବ। ଏଥିରେ ଥିବା ପୋଷକ ତତ୍ତ୍ୱ ବହୁ ରୋଗକୁ ଶରୀରରୁ ଦୂରେଇ ରଖିବା ପାଇଁ ସହାୟକ ହୋଇଥାଏ। ସ୍ୱାଦରେ ସାମାନ୍ୟ ରାଗ ଥିବା ଲବଙ୍ଗର ଦୈନନ୍ଦିିନ ଜୀବନରେ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟଜନିତ ବହୁ ସମସ୍ୟା ଦୂର ପାଇଁ ଖୁବ ହିତକାରକ। ଜାଣନ୍ତୁ ଏହାର ଆଶ୍ଚର୍ୟ୍ୟଜନକ ଲାଭ ବିଷୟରେ…..
କେଶ ଝଡ଼ିବା ଦୂର କରିଥାଏ –
କେଶର ଶୁଷ୍କପଣ ଓ ଝଡ଼ିବା ବହୁ ଲୋକଙ୍କର ଏକ ମୁଖ୍ୟ ସମସ୍ୟା। ଏଥିରୁ ମୁକ୍ତି ପାଇବା ପାଇଁ କିଛି ମାତ୍ରାରେ ଲବଙ୍ଗ ନେଇ ଏହାକୁ ପାଣିରେ ପକାଇ ଫୁଟାନ୍ତୁ। ଏହାପରେ ଥଣ୍ଡା କରି ସେହି ପାଣିରେ କେଶ ଧୁଅନ୍ତୁ। ଏପରି କରିବା ଦ୍ୱାରା କେଶ ଜନିତ ବହୁ ସମସ୍ୟା ଦୂର ହୋଇଥାଏ।
ତ୍ୱଚାର ବିଭିନ୍ନ ଦାଗକୁ ଦୂର କରେ –
ମୁହଁରେ ଥିବା ବିଭିନ୍ନ ପ୍ରକାରର ଦାଗ ସହ ଆଖି ତଳର କଳା ଦାଗ ଦୂର କରିବା ପାଇଁ ଲବଙ୍ଗ ଖୁବ ହିତକାରକ। ଲବଙ୍ଗ ଗୁଣ୍ଡକୁ ବେସନରେ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟରେ ମୁହଁରେ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ। ଏହା ତ୍ୱଚାର ସମସ୍ତ ଦାଗକୁ ଦୂର କରିବା ସହ ସୁନ୍ଦରତା ବୃଦ୍ଧି କରିଥାଏ।
ଗ୍ୟାସଟିକ ସମସ୍ୟା ଦୂର କରେ –
ଗ୍ୟାସଟିକ ଦୂର ପାଇଁ ଲବଙ୍ଗ ଏକ ଚମତ୍କାରୀ ଔଷଧ ଭଳି କାର୍ୟ୍ୟ କରେ। କର୍ମବ୍ୟସ୍ତତା ଜୀବନରେ ଖାଦ୍ୟପେୟରେ ଅନିୟମିତତା ଆଦି କାରଣରୁ ଗ୍ୟାସଟିକ ସମସ୍ୟା ସୃଷ୍ଟି ହୋଇଥାଏ। ଗ୍ୟାସଟିକ ଓ କୋଷ୍ଠକାଠିନ୍ୟ ସମସ୍ୟା ଦୂର ପାଇଁ ପ୍ରତିଦିନ ସକାଳେ ଖାଲିପେଟରେ ଏକ ଗ୍ଲାସ ପାଣିରେ ଅଳ୍ପ କିଛି ଲବଙ୍ଗ ତେଲ ପକାଇ ପିଅନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ପାଟିର ଦୁର୍ଗନ୍ଧ ଦୂର କରେ –
ବହୁ ଲୋକଙ୍କ ପାଟିର ଦୁର୍ଗନ୍ଧ ହେବା ଏକ ମୁଖ୍ୟ ସମସ୍ୟା। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଏକ ମାସ ପ୍ରତିଦିନ ଗୋଟିଏ ଗୋଟିଏ ଲବଙ୍ଗ ଖାଆନ୍ତୁ। ଏହା ପାଟି ଦୁର୍ଗନ୍ଧ ଦୂର କରିବା ସହ ଦାନ୍ତ ବିନ୍ଧା ଯନ୍ତ୍ରଣା ମଧ୍ୟ ଦୂର କରିଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories