www.samajalive.in
Thursday, December 11, 2025
13.1 C
Bhubaneswar

କେମିତି କଟିବ ଅଗଷ୍ଟ ମାସ; ୫ଟି ରାଶିଙ୍କ ବଦଳିଯିବ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶି କଣ କହେ

ସମାଜ ଡିଜିଟାଲ ଡେସ୍କ: ୨୦୨୪ ମସିହାର ଅଷ୍ଟମ ମାସ ମାନେ କି ଅଗଷ୍ଟ ମାସ ଆରମ୍ଭ ହୋଇସାରିଛି। ଗ୍ରହ-ନକ୍ଷତ୍ରଙ୍କ ଚଳପ୍ରଚଳ ଯୋଗୁଁ ଏହି ମାସଟି ସବୁ ରାଶିଙ୍କ ଲାଗି ଶୁଭ ରହିଛି। ଚଳିତ ମାସରେ ଅନେକ ପୂଜାପର୍ବ ପଢୁଥିବା ବେଳେ ବଡ ବଡ ଗ୍ରହ ରାଶି ପରିବର୍ତ୍ତନ କରିବେ। ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ରାଶିରେ ଏହି ମାସଟି କିପରି କଟିବ ଏବଂ କଣ ସବୁ ଶୁଭଫଳ ରହିଛି।

ମେଷ: ଏହି ରାଶିର ବ୍ୟକ୍ତି ବିଶେଷମାନେ ଚଳିତ ମାସରେ ଚାକିରି କ୍ଷେତ୍ରରେ ଉନ୍ନତି କରିବେ। ଆତ୍ମବିଶ୍ୱାସ ବଢିବ, ଧନ ସମ୍ପତ୍ତି ପ୍ରାପ୍ତ ହେବାର ଯୋଗ ରହିଛି। କଠିନ ପରିଶ୍ରମ କରି ସଫଳତା ପାଇବେ। କୌଣସି କାର୍ଯ୍ୟ କରିବାରେ କେବେ ହେଲେ ଆଳସ୍ୟ ହୁଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ।

- Advertisement -

ବୃଷ: ବୃଷ ରାଶିର ବ୍ୟକ୍ତି ବିଶେଷମାନେ ଚଳିତ ମାସରେ ମାନ ସମ୍ମାନ ପ୍ରାପ୍ତ କରିବେ। ଖର୍ଚ୍ଚ ବଢିପାରେ, ଘର ଲୋକଙ୍କ ସହ ମନମାଳିନ୍ୟ ହେବାର ସମ୍ଭାବନା ଥିବାରୁ ସତର୍କ ରୁହନ୍ତୁ। ନିଜର ସ୍ୱାଭାବରେ ବିନମ୍ରତା ଅବଲମ୍ବନ କରନ୍ତୁ। ସମସ୍ତଙ୍କ କଥା ଶୁଣନ୍ତୁ। ଭଲ କାମ କରିବାରେ ଆପଣଙ୍କ ପ୍ରୟାସ ସଫଳ ହେବ।

ମିଥୁନ: ଏହି ରାଶିର ବ୍ୟକ୍ତିମାନେ ଅଗଷ୍ଟ ମାସରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଚୁକ୍ତିତର୍କ କରିବାରୁ ଦୂରତା ଅବଲମ୍ବନ କରନ୍ତୁ। ମାସ ସାରା ଧର୍ଯ୍ୟର କାର୍ଯ୍ୟ କରିବାକୁ ପଡିବ। ସରକାରୀ କାର୍ଯ୍ୟରେ ସଫଳ ହୋଇପାରନ୍ତି, ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ଜମି କିଣିବାରେ ଏହି ମାସଟି ଆପଣଙ୍କ ଲାଗି ଶୁଭ ରହିଛି।

କର୍କଟ: ଚଳିତ ମାସ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଖର୍ଚ୍ଚ ବଢିବ। ତେଣୁ ବଜେଟ ପ୍ରସ୍ତୁତ କରି ଖର୍ଚ୍ଚ କରନ୍ତୁ। ନିଜର ଲକ୍ଷ୍ୟ ପ୍ରତି ଦୃଷ୍ଟି ଦିଅନ୍ତୁ। କ୍ୟାରିୟର ପାଇଁ କଠିନ ପରିଶ୍ରମ କରନ୍ତୁ। ଚଳିତ ମାସରେ ଚାକିରି ପରିବର୍ତ୍ତନ କରନ୍ତୁ ନାହିଁ। ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ।

ସିଂହ: ଅଗଷ୍ଟ ମାସରେ ଅଟକି ଥିବା ସମସ୍ତ କାର୍ଯ୍ୟ ପୂରଣ ହେବ। ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟର ପାଇଁ ମଧ୍ୟ ଶୁଭ ରହିଛି। କ୍ରୋଧରୁ ଦୂରେଇ ରୁହନ୍ତୁ। ପରିବାର ସହିତ ଭଲ ସମ୍ପର୍କ ରଖନ୍ତୁ।

କନ୍ୟା: ଚଳିତ ମାସ ଶୁଭଙ୍କର ରହିବ। ସମସ୍ତ କାର୍ଯ୍ୟରେ କଠିନ ପରିଶ୍ରମ କରିବାକୁ ପଡିବ। କଥାବାର୍ତ୍ତା କରିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।

ତୁଳା: ତୁଳା ରାଶି ପାଇଁ ଅଗଷ୍ଟ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଟକି ଥିବା କାର୍ଯ୍ୟ ପୂରା ହେବ। ଯୋଜନା ପ୍ରସ୍ତୁତ କରି କାମ କରନ୍ତୁ ସଫଳତା ମିଳିବ। ଆଳସ୍ୟ ଠାରୁ ଦୂରେଇ ରୁହନ୍ତୁ। ମନରେ କୌଣସି ନକରାତ୍ମକ ଚିନ୍ତାଧାରା ଆଣନ୍ତୁ ନାହିଁ।

ବିଛା: ମାସଟି ଆପଣଙ୍କ ଲାଗି ଅନୁକୂଳ ରହିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଚାକିରିରେ ସଫଳତା ମିଳିବ। ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଆର୍ଥିକ ଖର୍ଚ୍ଚାନ୍ତ ହୋଇପାରନ୍ତି, ଖର୍ଚ୍ଚ ପ୍ରତି ଧ୍ୟାନ ଦେବା ଜରୁରୀ।

ଧନୁ: ଏହି ରଶିର ବ୍ୟକ୍ତଙ୍କ ପାଇଁ ଚଳିତ ମାସ ଶୁଭ ରହିଛି। ଚାକିରି କ୍ଷେତ୍ରରେ ସାବଧାନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଯୋଗ୍ୟତା ବଢିବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିଲେ କରିପାରିବେ। ବ୍ୟବସାୟରେ ସଫଳତା ମିଳିବ।

ମକର: ଚଳିତ ମାସରେ ସାବଧାନତା ଅବଲମ୍ବନ କରନ୍ତୁ। ଆର୍ଥିକ ସ୍ଥିତିରେ ଅଳ୍ପ ପରିବର୍ତ୍ତନ ହୋଇପାରେ। ପ୍ରେମ ସମ୍ପର୍କ ସୁଦୃଢ ହେବ। ବ୍ୟବସାୟରେ ପରିବର୍ତ୍ତନ ଦେଖାଦେଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଜରୁରୀ।

କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କ ଲାଗି ଅଗଷ୍ଟ ମାସ ଶୁଭ ରହିବ। କୌଣସି ଝଗଡାରେ ପଡନ୍ତୁ ନାହିଁ। ଚାକିରିରେ ଇଚ୍ଛା ଅନୁସାରେ ସଫଳତା ପ୍ରାପ୍ତ ହୋଇପାରେ। ଖର୍ଚ୍ଚାନ୍ତରେ ପଡିପାରନ୍ତି।

ମୀନ: ମାସ ସାରା ସାବଧାନତା ଅବଲମ୍ବନ କରନ୍ତୁ। କ୍ୟାରିୟରରେ ସଫଳତା ପ୍ରାପ୍ତ ହେବ। ଶରୀର ପ୍ରତି ଧ୍ୟନ ଦିଅନ୍ତୁ। ଚାକିରିରେ ଲାଭ ମିଳିବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories