www.samajalive.in
Monday, December 8, 2025
13.1 C
Bhubaneswar

ଦେଖନ୍ତୁ ଭିଡିଓ: କିପରି ‘ରାମ’ ନାମ ଶୁଣି ନାଚୁଛି ମାଙ୍କଡ଼, ଭଜନ ଗାଉଥିବା ମହିଳାଙ୍କୁ କରୁଛି ଆଲିଙ୍ଗନ

ସମାଜ ଡିଜିଟାଲ ଡେସ୍କ: ରାମ ନାମ ଶୁଣି ନାଚିଲା ମାଙ୍କଡ଼। ଭଜନ ଗାଉଥିବା ମହିଳାଙ୍କ ନିକଟକୁ ଆସି ତାଙ୍କ କୋଳରେ ବସିଲା ଏବଂ ଆଲିଙ୍ଗନ କଲା। କଥା ଏତିକିରେ ସରିଲା ନାହିଁ। ମହିଳାଙ୍କ ଭଜନ ତାଳେ ତାଳେ ମାଙ୍କଡ଼ଟି ମୁଣ୍ଡକୁ ହଲାଇ ଝୁମି ଉଠିଲା। ଏଭଳି ଏକ ରୋଚକ ଦୃଶ୍ୟର ଭିଡିଓ ସମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।

- Advertisement -

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ଏକ ରେଷ୍ଟୁରାଣ୍ଟକୁ ଭୋଜନ କରିବାକୁ ଯାଇଥିବାବେଳେ ଚୌକି ଉପରେ ବସି ହରେ ରାମ, ହରେ କୃଷ୍ଣ… ଭଜନ ଗାଉଛନ୍ତି। କିଛି ସମୟ ପରେ ବାହାରୁ ଏକ ମାଙ୍କଡ଼ ଆସି ସେଠାରେ ପହଞ୍ଚିଥିଲା। ପ୍ରଥମେ ମାଙ୍କଡ଼ଟି ମହିଳାଙ୍କ ସାମ୍ନାରେ ପଡ଼ିଥିବା ଡାଇନିଂ ଟେବୁଲ ଉପରେ ବସି ଭଜନ ଶୁଣିଲା। ପରେ ତାଙ୍କ କୋଳରେ ବସି ଆଲିଙ୍ଗନ କରି ଭଜନ ତାଳେ ତାଳେ ନାଚି ଉଠିଲା। ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ଏହାକୁ ନେଇ ନିଜ ନିଜ ମନ୍ତବ୍ୟ ଦେଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories