www.samajalive.in
Saturday, December 6, 2025
26.1 C
Bhubaneswar

ସଫଳତା ସହ ମିଳିବ ଶିବଶଙ୍କରଙ୍କ କୃପା : ଦାନ କରନ୍ତୁ ଏହି ଜିନିଷ

ସୋମବାର ଦିନ ଭଗବାନ ଶିବଶଙ୍କରଙ୍କୁୁ ସମର୍ପିତ । ଏହି ଦିନ ଭୋଳା ଶଙ୍କରଙ୍କୁ ଆରାଧନା କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ମିଳିଥାଏ । ଜାତକରେ ଗ୍ରହଙ୍କ ଶୁଭଫଳ ପାଇଁ ଓ ନକରାତ୍ମକ ଶକ୍ତି ଦୂର ପାଇଁ ସୋମବାର ଦିନ କିଛି ଧଳା ଜିନିଷ ଦାନ କରିବା ଦ୍ୱାରା ଖୁବ୍‍ ଶୁଭଫଳ ମିଳିଥାଏ । ଜାଣନ୍ତୁ..
ଧାର୍ମିକ ମାନ୍ୟତା ଅନୁଯାୟୀ, ସୋମବାର କ୍ଷୀର ଦାନ କରିବା ଦ୍ୱାରା ବେଶ ଶୁଭଙ୍କର । ଭଗବାନ ଶିବଶଙ୍କରଙ୍କୁ ଏହା ଖୁବ୍‍ ପ୍ରିୟ । ଏହି କାରଣରୁ ସୋମବାର ଦିନ ଭଗବାନ ଭୋଳାଶଙ୍କରଙ୍କୁ କ୍ଷୀରରେ ଅଭିଷେକ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହି ଦିନ ଅସହାୟଙ୍କୁ କ୍ଷୀର ନିଶ୍ଚୟ ଦାନ କରନ୍ତୁ ।
କୌଣସି କାର୍ଯ୍ୟରେ ସଫଳତା ପାପ୍ତ କରିବାକୁ ସୋମବାର ଦିନ ଚାଉଳ ଦାନ କରନ୍ତୁ । ଏହାଦ୍ୱାରା ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିଥାଏ ।
ଆରୋଗ୍ୟ ପ୍ରାପ୍ତି ପାଇଁ ସୋମବାର ଧଳା ପୋଷାକ ଦାନ କରନ୍ତୁ । ଏହାଦ୍ୱାରା ଚନ୍ଦ୍ର ଦୋଷ ଦୂର ହେବା ସହ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ।
ନିଜ ସାମର୍ଥ୍ୟ ଅନୁଯାୟୀ, ଚାନ୍ଦି ଦାନ କରନ୍ତୁ । ଏହାଦ୍ୱାରା ଚନ୍ଦ୍ରଙ୍କ ବିଶେଷ କୃପା ମିଳିବା ସହ ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିଥାଏ । ମାନସିକ ଶାନ୍ତି ମିଳିଥାଏ ।
ପାରିବାରିକ ଜୀବନରେ ସୁଖଶାନ୍ତି ପ୍ରାପ୍ତି ପାଇଁ ସୋମବାର ଦିନ ଅସହାୟଙ୍କୁ ଭୋଜନ ଦାନ ଦିଅନ୍ତୁ । ଆବଶ୍ୟକୀୟ ଜିନିଷ ମଧ୍ୟ ଦାନ କରିପାରିବେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories