www.samajalive.in
Friday, December 5, 2025
23.1 C
Bhubaneswar

ସୋମବାର ରାଶିଫଳ: ଧନ ସହ ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇପାରେ

ମେଷ: ସତ୍‌କର୍ମ କରି ଲୋକପୂଜ୍ୟ ହୋଇପାରନ୍ତି। ଚାକିରି ଓ ବ୍ୟବସାୟ ଉଭୟ ଦିଗରୁ ଧନ ଲାଭ ହୋଇପାରେ। ସ୍ପଷ୍ଟବାଦୀ ହେତୁ ବହୁ ଶତ୍ରୁ ସୃଷ୍ଟି ହେବେ। ଶେଷରେ ସେମାନେ ବି ନାଶ ଯିବେ।

ବୃଷ: କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଜୁଆ, ଲଟେରି କିମ୍ବା ସେୟାର ମାର୍କେଟରୁ ଧନ ପ୍ରାପ୍ତ ହୋଇପାରେ। କର୍ମଚଞ୍ଚଳ ହେବେ। ବୁଦ୍ଧିମାନ୍‌ ଓ ଉତ୍ତମ ସ୍ବାସ୍ଥ୍ୟ ସମ୍ପନ୍ନ ହେବେ। କ୍ରୋଧୀ ହୋଇପାରନ୍ତି।

- Advertisement -

ମିଥୁନ: ଗୁପ୍ତ ବିଦ୍ୟା ପ୍ରିୟ ହୋଇପାରନ୍ତି। ମିଷ୍ଟଭାଷୀ ଓ କୋମଳ ହୃଦୟସମ୍ପନ୍ନ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସଙ୍ଗୀତଙ୍କ ହୋଇପାରନ୍ତି। ପିତୃ ଧନ କ୍ଷୟ ହୋଇପାରେ। ସମ୍ମାନିତ ହୋଇପାରନ୍ତି।

କର୍କଟ: ନିଜ ମିତ୍ର ଓ ବନ୍ଧୁଙ୍କର ହିତକାରୀ ହେବେ। ଧନୀ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। କ୍ଷମାଶୀଳ ହେବେ। ମହିଳାମାନଙ୍କର ପ୍ରିୟପାତ୍ର ହୋଇପାରନ୍ତି। ତୀକ୍ଷ୍ନ ବୁଦ୍ଧି ଯୋଗଁ ଉଦ୍ୟୋଗୀ ହୋଇପାରନ୍ତି।

ସିଂହ: ଧନ ସହ ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇପାରେ। ସ୍ନେହୀ ସମାଜର ମୁଖ୍ୟ କର୍ମକର୍ତ୍ତା ହୋଇପାରନ୍ତି। ସର୍ବ ବିଦ୍ୟା ଅଳଙ୍କୃତ ହେବେ। ପରୋପକାରୀ ହୋଇପାରନ୍ତି। ଅନ୍ୟକୁ ଖୁଆଇବାରେ ଆନନ୍ଦ ଲାଭ କରିବେ।

କନ୍ୟା: ସ୍ବାଭିମାନୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସର୍ବଧର୍ମ ପ୍ରିୟ ହୋଇପାରନ୍ତି। ପ୍ରତ୍ୟେକ ଜାତି, ବର୍ଣ୍ଣର ଲୋକଙ୍କ ସହିତ ମିତ୍ରତା ସ୍ଥାପନ କରି ସେମାନଙ୍କ ଦ୍ବାରା ଉପକୃତ ହେବେ। ସୁସ୍ଥ ରହିବେ।

ତୁଳା: ଏକାନ୍ତ ସାଧନା ଫଳବତୀ ହେବ। ଥଣ୍ଡା, କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ରାଜସିକ ବିଦ୍ୟା ସହିତ ଜ୍ଞାନର ଉନ୍ନତି ଘଟିବ। ସାହସୀ ଓ ଜ୍ଞାନୀ ହେବେ। ଖର୍ଚ୍ଚୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ।

ବିଛା: ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। ସୁସ୍ଥ ରହିବେ। ବୁଦ୍ଧିମାନ୍‌ ହେବେ। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ବିଭାଗୀୟ ସ୍ତରରୁ ଧନ ପ୍ରାପ୍ତ ହେବ।

ଧୁନ: ମହାପ୍ରାତାପୀ ହେବେ। ଲବ୍ଧ ପ୍ରତିଷ୍ଠା ଲାଭ କରିପାରନ୍ତି। ରାଜ ସମ୍ମାନ ପ୍ରାପ୍ତ ହେବେ। ନୃତ୍ୟ ସଙ୍ଗୀତ ପ୍ରତି ରୁଚି ରହିବ। ମନ୍ଦିର, ଜଳାଶୟାଦି ନିର୍ମାଣ କରି ସୁଖ୍ୟାତି ଅର୍ଜନ କରିବେ। ଶାସ୍ତ୍ର ନିପୁଣ ହେବେ।

ମକର: ସତ୍ୟବକ୍ତା ହୋଇପାରନ୍ତି। ନିଜ ପରିବାରର ହିତଚିନ୍ତକ ହେବେ। ଦେବ, ବ୍ରାହ୍ମଣଙ୍କ ଭକ୍ତ ହେବେ। ସ୍ବଉପାର୍ଜିତ ଧନରେ ଧନୀ ହୋଇପାରନ୍ତି। ସଦାଚାରୀ ହେବେ। ଯାନବାହନ ସୁଖ ମିଳିପାରେ।

କୁମ୍ଭ: କର୍ମଚଞ୍ଚଳ ରହିବେ। ବିଦ୍ବାନ୍‌ ବ୍ୟକ୍ତିଙ୍କୁ ଆଦର କରି ସମ୍ମାନିତ କରିପାରନ୍ତି। ଅତ୍ୟଧିକ କ୍ରୋଧୀ ହୋଇପାରନ୍ତି। ଧନ ଅଭାବରୁ ଋଣ କରିପାରନ୍ତି। ଆଜି ଦିନରେ ସତର୍କରେ ଚଳିବାକୁ ପଡ଼ିବ।

ମୀନ: ପତ୍ନୀଙ୍କ ସହିତ ବିଳାସବ୍ୟସନରେ ମଜ୍ଜି ରହିପାରନ୍ତି। କର୍ମଚଞ୍ଚଳ ରହିବେ। ରାଜ କର୍ମଚାରୀଙ୍କଠାରୁ ଅପମାନିତ ହେବାର ସମ୍ଭାବନା ଅଛି। ସାଂଗଠନିକ ଶକ୍ତି ବୃଦ୍ଧି ହେବ। ଅନେକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories