www.samajalive.in
Friday, December 5, 2025
23.1 C
Bhubaneswar

ତାଲିବାନ୍‌ ଆକ୍ରମଣରେ ୫୮ ପାକ୍‌ ସୈନ୍ୟ ନିହତ

କାବୁଲ: ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସେନା ଆକ୍ରମଣରେ ପାକିସ୍ତାନର ୫୮ ଜଣ ସୈନ୍ୟ ନିହତ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ରାତିରେ ପାକ୍‌-ଆଫ୍‌ଗାନ ସୀମାନ୍ତ ବରହମପୁରରେ ଏଭଳି ଆକ୍ରମଣ କରାଯାଇଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ କହିଛନ୍ତି ଯେ ପାକିସ୍ତାନ ନିଜ ମାଟିରେ ଆଇଏସ୍‌ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇଏସ୍‌ ଆତଙ୍କବାଦୀମାନେ ଆଫ୍‌ଗାନିସ୍ତାନ ସମେତ ଅନ୍ୟ ରାଷ୍ଟ୍ର ପ୍ରତି ବିପଦ ସୃ​‌ଷ୍ଟି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଫ୍‌ଗାନିସ୍ତାନର ସାର୍ବଭୌମତ୍ବ ଏବଂ ଅଖଣ୍ଡତାକୁ ବଜାୟ ରଖିବା ସହ ଆନ୍ତର୍ଜାତିକ ସୀମାକୁ ସୁରକ୍ଷିତ ରଖିବା ଆମର ମୌଳିକ କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ୨୦୨୧ରେ କ୍ଷମତାକୁ ଆସିବା ପରଠାରୁ ଆଇଏସ୍‌ ଆତଙ୍କବାଦୀ ସଂଗଠନକୁ ଆଫ୍‌ଗାନ ମାଟିରୁ ମୂଳପୋଛ କରାଯାଇଛି। ତେଣୁ ସେମାନେ ପାକିସ୍ତାନରେ ଆତ୍ମଗୋପନ କରି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ମୁଜାହିଦ୍‌ ଅଭିଯୋଗ କରିଛନ୍ତି। ପାକିସ୍ତାନର କରାଚି ଓ ଇସଲାମାବାଦ ବର୍ତ୍ତମାନ ଆଇଏସ୍‌ ଆତଙ୍କବାଦୀଙ୍କ ନାଭିକେନ୍ଦ୍ର ପାଲଟିଥିବା ସେ କହିଛନ୍ତି। ପାକିସ୍ତାନ ସରକାରଙ୍କ ପ୍ରୋତ୍ସାହନରେ ଆଇଏସ୍‌ ସଂଗଠନ ଆତଙ୍କବାଦୀକୁ ନିଯୁକ୍ତ କରୁଥିବାର ପ୍ରମାଣ ତାଲିବାନ ନିକଟରେ ରହିଛି ବୋଲି ମୁଜାହିଦ୍‌ ଦାବି କରିଛନ୍ତି। ଏହି ଆକ୍ରମଣରେ ତାଲିବାନର ୨୦ ଜଣ ସୈନ୍ୟ ମୃତାହତ ହୋଇଥିବା କୁହାଯାଇଛି।

ସୂଚନାଯୋଗ୍ୟ ଗତ ଗୁରୁବାର ପାକିସ୍ତାନ ବାୟୁସେନାର ଲଢୁଆ ବିମାନଗୁଡିକ ଆଫ୍‌ଗାନ ସୀମାରେ ପ୍ରବେଶ କରି ବୋମାମାଡ କରିବାରୁ ଏକାଧିକ ତାଲିବାନ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ରାଜଧାନୀ କାବୁଲରେ ଦୁଇଟି ଏବଂ ପାକ୍‌ତିକା ସହରରେ ଗୋଟିଏ ବୋମା ପକାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଶନିବାର ପାଲଟା ଆକ୍ରମଣ କରାଯାଇଥିବା ଜଣାପଡିଛି। ଆଫ୍‌ଗାନ ସେନା ପକ୍ଷରୁ ହେଲମଣ୍ଡ, କାନ୍ଦାହାର, ଜାବୁଲ, ପାକ୍‌ତିକା, ଖୋସ୍ତ, ନଙ୍ଗରହାର ଏବଂ କୁନାର ପ୍ରଦେଶର ସୀମାନ୍ତବର୍ତ୍ତୀ ପାକିସ୍ତାନୀ ସେନା ଶିବିରଗୁଡିକୁ ଟାର୍ଗେଟ କରାଯାଇଥିଲା। ତାଲିବାନର ଏଭଳି ଆକ୍ରମଣକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତୀବ୍ର ସମାଲୋଚନା କରିଛନ୍ତି। ତାଲିବାନ ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ସରିଫ ଧମକ ଦେଇଛନ୍ତି। ଏହି ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ଆଫଗାନ ସଂଲଗ୍ନ ସୀମାକୁ ସିଲ୍ କରାଯାଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories