www.samajalive.in
Saturday, December 6, 2025
26.1 C
Bhubaneswar

ଦିନେ ମାଳି ବିକି ପୋଷୁଥିଲେ ପରିବାର, ଏବେ ହିରୋଇନ୍ ମୋନାଲିସା: ଫରକ୍ ଦେଖି ଦର୍ଶକ କାବା

ସମାଜ ଡିଜିଟାଲ ଡେସ୍କ: ମହାକୁମ୍ଭରେ ମାଳି ବିକ୍ରି କରି ଚର୍ଚ୍ଚାକୁ ଆସିଥିବା ମୋନାଲିସା ଏବେ ଷ୍ଟାର ପାଲଟି ଯାଇଛନ୍ତି। ତାଙ୍କର ହିରୋଇନ୍ ହେବାର ସ୍ଵପ୍ନ ପୂରଣ ହୋଇଛି। ତାଙ୍କର ବଲିଉଡ଼ରେ ପାଦ ଥାପିବାକୁ ଆଉ କିଛି ଦିନ ବାକି ଥିବାବେଳେ ତା’ ପୂର୍ବରୁ ସେ ଏକ ମ୍ୟୁଜିକ ଭିଡିଓ କରିଛନ୍ତି। ଏହାର ଟିଜର ରିଲିଜ୍‌ ହୋଇଛି।

ଗୀତରେ ମୋନାଲିସାଙ୍କ ସହ ଉତ୍କର୍ଷ ସିଂହ ମଧ୍ୟ ନଜର ଆସିଛନ୍ତି। ସେ ହିଁ ଏହି ଗୀତ ତିଆର କରିଛନ୍ତି ଏବଂ ଗାଇଛନ୍ତି। ଏହି ଗୀତ ଜୁନ୍‌ ୧୩ରେ ମୁକ୍ତିଲାଭ କରିବ। ଭିଡିଓରେ ଉତ୍କର୍ଷ-ମୋନାଲିସାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ତେବେ ଗୀତର ଟାଇଟଲ୍‌ ବର୍ତ୍ତମାନସୁଦ୍ଧା ଜଣାପଡ଼ିନାହିଁ।

- Advertisement -


ଗୀତରେ ମୋନାଲିସା ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି। ତାଙ୍କର ଏହି ଅବତାର ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି ଏବଂ କମେଣ୍ଟ ମାଧ୍ୟମରେ ସେମାନେ ମୋନାଲିସାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ପରିବିର୍ତ୍ତିତ ରୂପ ଦେଖି ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ମୋନାଲିସା ନିଜ ଉପରେ କେତେ ପରିଶ୍ରମ କରିଛନ୍ତି। ତାଙ୍କ ହସ ଓ ନିରୀହ ଚେହେରା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି।

ମୋନାଲିସା ‘ଡାଏରୀ ଅଫ୍‌ ମଣିପୁର’ ଚଳଚ୍ଚିତ୍ର ମାଧ୍ୟମରେ ଅଭିନୟ ଦୁନିଆରେ ପାଦ ଥାପିବେ। ସନୋଜ ମିଶ୍ରା ଏହାର ନିର୍ଦେଶନା ଦେଉଛନ୍ତି। ହିରୋଇନ୍‌ ହେବା ପୂର୍ବରୁ ମୋନାଲିସା ନିଜ ଲୁକ୍‌, ଷ୍ଟାଇଲ, କଥାବର୍ତ୍ତାର ଶୈଳୀରେ ଅନେକ ପରିବର୍ତ୍ତନ କରିଛନ୍ତି। ତାଙ୍କ ବ୍ୟକ୍ତିତ୍ଵ ସମ୍ପୂର୍ଣ୍ଣ ବଦଳି ଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories