www.samajalive.in
Monday, December 8, 2025
24.1 C
Bhubaneswar

ମୋମୋ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଆଜିକାଲି ରାସ୍ତାକଡରେ ମିଳୁଥିବା ଖାଦ୍ୟ ସମସ୍ତଙ୍କୁ ଭଲ ଲାଗିଥାଏ। ତାହା ସ୍ବାଦଯୁକ୍ତ ହେବା କାରଣରୁ କେହି ତାର ପରିଷ୍କାର ପରିଚ୍ଛନ୍ନତା ଉପରେ ଦୃଷ୍ଟି ଦେଇ ନଥାଆନ୍ତି। ପିଲା ହୁଅନ୍ତୁ କି ବୁଢା ସମସ୍ତେ ରାସ୍ତାକଡରେ ମିଳୁଥିବା ଖାଦ୍ୟକୁ ଖାଇ ଥାଆନ୍ତି। ରାସ୍ତାକଡରେ ମିଳୁଥିବା ମୋମୋ ବର୍ତ୍ତମାନ ସମସ୍ତଙ୍କର ଏକ ପ୍ରିୟ ଖାଦ୍ୟ ହୋଇ ଯାଇଛି। ଏହା ଖାଇବାକୁ ସ୍ବାଦିଷ୍ଟ ଲାଗିଥାଏ। ଏହା ଉଭୟ ଆମିଷ, ନିରାମିଷରେ ମିଳିଥାଏ। ବ୍ୟକ୍ତିମାନେ ନିଜ ରୁଚି ଅନୁଯାୟୀ ମୋମୋ ଖାଇ ଥାଆନ୍ତି। କିନ୍ତୁ ସେହି ମୋମୋ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡିଥାଏ ତାହା କେହି ଭାବି ନଥାଆନ୍ତି। ଆସନ୍ତୁ ଜାଣିବା ମୋମୋ ଖାଇବା ଦ୍ବାରା ଶରୀର ଉପରେ କି ପ୍ରଭାବ ପଡିଥାଏ ..

ମୋମୋ ଖାଇବା ଦ୍ବାରା ଶରୀରରେ ପଡିଥାଏ ଏହି ପ୍ରଭାବ :

- Advertisement -

ସ୍ବାଦିଷ୍ଟ ଲାଗୁଥିବା ମୋମୋ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏହା ଖାଇବା ଦ୍ବାରା ଶରୀରରେ ଅନେକ ରୋଗ ହୋଇଥାଏ। ମୋମୋ ସାଧାରଣତଃ ମଇଦାରେ ପ୍ରସ୍ତୁତ କରାଯାଇଥାଏ। ଏହା ପାଚନ କ୍ରିୟା ଉପରେ କୁପ୍ରଭାବ ପଡିଥାଏ।

ମୋମୋରେ ଅଧିକ କ୍ୟାଲୋରୀ ଥାଏ। କିନ୍ତୁ ଏଥିରେ ପୋଷକ ତତ୍ତ୍ବ ନଥାଏ। ଏହି କାରଣରୁ ମୋମୋ ଖାଇବାକୁ ସ୍ବାଦିଷ୍ଟ ଲାଗିଲେ ମଧ୍ୟ ପୋଷକ ମିଳିନଥାଏ।

ରାସ୍ତାକଡରେ ମିଳୁଥିବା ମୋମୋ ପ୍ରସ୍ତୁତ କରିବା ସମୟରେ ସଠିକ ଭାବେ ପରିଷ୍କାର ଉପରେ ଧ୍ୟାନ ଦିଆଯାଇ ନଥାଏ। ଏହି କାରଣରୁ ରାସ୍ତାକଡରେ ମିଳୁଥିବା ଅନ୍ୟ ଖାଦ୍ୟ ତୁଳନାରେ ମୋମୋ ସ୍ବାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ହୋଇଥାଏ। ମୋମୋ ସହ ଖାଉଥିବା ଚଟଣି ଅଧିକ ରାଗ ହୋଇଥାଏ। ତେଣୁ ମୋମୋ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଥାଏ।

ମୋମୋ ତିଆରି କରିବା ପାଇଁ ବ୍ୟବହୃତ କରାଯାଉଥିବା ମଇଦାକୁ ଅଧିକ ନରମ କରିବା ପାଇଁ ସେଥିରେ ବ୍ଲିଚିଂ ମଇଦା ମିଶ୍ରିତ କରାଯାଇଥାଏ। ଏହା ଶରୀରର ସନ୍ତୁଳନ ନଷ୍ଟ କରିଥାଏ। ମଇଦାରେ ଫାଇବର ନଥାଏ। ଏହି ସବୁ କାରଣରୁ ମୋମୋ ସ୍ବାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ହୋଇଥାଏ।

ମଇଦା ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ଅନେକ ସମସ୍ୟା ଦେଖା ଦେଇଥାଏ। ମଇଦା ଖାଇବା ଦ୍ବାରା ଅନେକ ଥର ମହିଳା ଓ ପିଲାମାନଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥାଏ। ଏହାସହ ହାଡକୁ ଦୁର୍ବଳ କରିଦେଇଥାଏ। ମଇଦାରେ ଗ୍ଲୁଟନ ଥିବାରୁ ତାହା ଏଲର୍ଜି ସୃଷ୍ଟି କରିଥାଏ।

ନିରାମିଷ ମୋମୋରେ ପୁର ପାଇଁ ବନ୍ଧାକୋବିର ବ୍ୟବହାର କରାଯାଇଥାଏ। ପୁର କରିବା ପାଇଁ ବ୍ୟବହାର କରାଯାଉଥିବା କୋବିକୁ ସିଝା ଯାଏନାହିଁ। ଏହି କାରଣରୁ ବ୍ୟକ୍ତିଙ୍କ ପେଟରେ କୃମି ହୋଇଥାଏ। ବେଳେବେଳେ ପେଟ ଦରଜ ମଧ୍ୟ ହୋଇଥାଏ।

ମୋମୋ ସହ ଖାଉଥିବା ଚଟଣି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏହାଦ୍ବାରା ଅର୍ଶ ଓ କୋଷ୍ଠକାଠିନ୍ୟ ପରି ସମସ୍ୟା ହୋଇଥାଏ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories