www.samajalive.in
Monday, December 8, 2025
13.1 C
Bhubaneswar

ମୋହନା ସାମ୍ବାଦିକ ସଂଘର ଜରୁରୀ ବୈଠକ

ମୋହନା : ସ୍ଥାନୀୟ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପରିସରରେ ମୋହନା ସାମ୍ବାଦିକ ସଂଘର ଜରୁରୀକାଳୀନ ବୈଠକ କୋଭିଡ କଟକଣା ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପଞ୍ଚାନନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ। ନୂତନ ଭାବେ ସଂଘରେ ସାମ୍ବାଦିକ ମନ୍ମଥ ମିଶ୍ର, ସୁଶାନ୍ତ ମାଳି, ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ବୁଲୁ ବିଷୋୟୀ ଯୋଗଦାନ କରିଥିଲେ। ସମସ୍ତ ନୂତନ ସଭ୍ୟ ମାନଙ୍କୁ ସ୍ଵାଗତ କରାଯିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ସ୍ଥାନୀୟ ବ୍ଳକର ୩୯ଟି ପଞ୍ଚାୟତରେ ରହିଥିବା ମୌଳିକ ସମସ୍ୟା ବିଷୟରେ ଆଲୋଚନା, ସମସ୍ୟା ଭିତ୍ତିକ ଖବର ପରିବେଷଣ ଓ ସଂଗ୍ରହ, ପ୍ରମାଣ ଭିତ୍ତିକ ଖବର ପ୍ରକାଶନ ଓ ସଂଗ୍ରହ, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଖବର ସଂଗ୍ରହ କରିବା ପାଇଁ ଯିବା ସମୟରେ ପରିଚୟପତ୍ର ସାଥିରେ ନେବା, ପ୍ରତ୍ୟେକ ମାସର ଶେଷ ସପ୍ତାହରେ ବୈଠକ କରିବା, ପ୍ରତ୍ୟେକ ପଞ୍ଚାୟତକୁ ସମସ୍ତ ସଭ୍ୟ ସପ୍ତାହର ଗୋଟିଏ ଦିନ ମିଳିତଭାବେ ଗ୍ରସ୍ତ କରିବା ଓ ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କୁ ସାକ୍ଷାତ କରି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ଖବର ପରିବେଷଣ କରିବା ଏବଂ ପ୍ରଶାସନକୁ ଅବଗତ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସାମ୍ବାଦିକ ମିହିର ଜତି, ଅଂଶୁମାନ ପଣ୍ଡା, ସୁହାନ ଛିଞ୍ଚାଣି, ଯୋଗେନ୍ଦ୍ର ରଥ, ମାଣିକ ଜେନା, ମୋହନ ଗୌଡ, ମୋଜେଶ ରଇତ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସଂଘର କୋଷାଧ୍ୟକ୍ଷ ଶ୍ରୀ ଛିଞ୍ଚାଣି ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories