ଆଠଗଡ : ଆଠଗଡ ବ୍ଲକର କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ରାଧାକୃଷ୍ଣପୁର ଗ୍ରାମରେ ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଗ୍ରାମକୁ ଆଂଶିକ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ରାଧାକୃଷ୍ଣପୁର ଗ୍ରାମକୁ ଜୁଲାଇ ୪ତାରିଖ ସକାଳ ୬ଟାରୁ ୧୩ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଗ୍ରାମରୁ କେହି ବାହାରକୁ ବା ବାହାରୁ କେହି ଗ୍ରାମକୁ ଆସିବା ଉପରେ କଟକଣା ଜାରି କରାଯାଇ ସମସ୍ତ ପ୍ରବେଶ ପଥକୁ ବାଉଁଶ ବାଡରେ ଆବଦ୍ଧ କରାଯାଇଛି। ଏଥି ସହିତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା କରାଇବାକୁ ବ୍ରହ୍ମପୁର ସିଏଚସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Popular Categories



