www.samajalive.in
Saturday, December 6, 2025
26.1 C
Bhubaneswar

ଜୋରଜବରଦସ୍ତ ଋଣ ଆଦାୟକୁ ବିରୋଧ : ଅର୍ଥଲଗାଣକାରୀ ସଂସ୍ଥା ବିରୋଧରେ ଏକତ୍ରୀତ ହେଲେ ମହିଳା

ହରଭଙ୍ଗା : ଜୋରଜବରଦସ୍ତ ଋଣ ଆଦାୟକୁ ବିରୋଧ କରି ରବିବାର ହରଭଙ୍ଗା ବ୍ଲକର ସାମ୍ପୋଚଠାରେ ଇଂ ବିକାଶ ମହାକୁଳ ଏବଂ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଦୁଇଟି ପଞ୍ଚାୟତର ମହିଳା ଗୋଷ୍ଠି ଏକତ୍ରୀତ ହୋଇଥିଲେ। ଜୋରଜବରଦସ୍ତ ଋଣ ଆଦାୟକୁ ତୀବ୍ର ବିରୋଧ କରିବା ସହିତ ଏଭଳି କାର୍ଯ୍ୟରୁ ଅର୍ଥଲଗାଣକାରୀ ସଂସ୍ଥା ନିବୃତ ନରହିଲେ ଆଗାମୀ ଦିନରେ ଅଫିସରେ ତାଲା ପକାଇ ଏହାର ଦୃଢପ୍ରତିବାଦ କରିବସାକୁ ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ ବିଭିନ୍ନ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥା ଗ୍ରାମଚଂଳରେ ଅଭାବଗ୍ରସ୍ତ ଗରିବ ମହିଳାଙ୍କୁ ହାତପାହାନ୍ତାରେ ଋଣ ସୁବିଧା ଯୋଗାଇ ମୋଟା ଅଙ୍କର ସୁଧ ନେଇ ବେଶ ଲାଭବାନ ହେଉଛନ୍ତି। ମାତ୍ର ଲଗାତର ଦୁଇବର୍ଷହେଲା କରୋନା ମହାମାରୀ ଯୋଗୁଁ ଋଣଗ୍ରସ୍ତ ମହିଳାମାନେ ଋଣ ପରୋଶୋଧ କରିନପାରି ଅତି ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି। ଏଭଳିସ୍ଥିତିରେ ସରକାର ଋଣ କିସ୍ତି ପରିଶୋଧକୁ ବାଧ୍ୟବାଧକତା କରୁନାହାଁନ୍ତି। ଅନ୍ୟପଟେ ସେମାନଙ୍କୁ ବଞ୍ଚିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି। ମାତ୍ର ଅର୍ଥଲଗାଣକାରୀ ସଂସ୍ଥା ଋଣଗ୍ରସ୍ତ ମହିଳାଙ୍କ ଘରେ ପହଞ୍ଚି ଜୋର ଜବଦସ୍ତ ଅର୍ଥ ମାଗୁଥିବା ଘଟଣାକୁ ମହିଳା ମାନେ ବିରୋଧ କରୁଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories