www.samajalive.in
Saturday, December 13, 2025
21.1 C
Bhubaneswar

ମନ୍ତ୍ରୀ ସତପାଲ ମହାରାଜଙ୍କ ବୋହୂ ହେଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଓ କୋରିଓଗ୍ରାଫର ତଥା ରୀୱାର ରାଜକୁମାରୀ ମୋହିନା କୁମାରୀ ସିଂହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ତଥା ଆଧ୍ୟାତ୍ମିକ ଗୁରୁ ସତପାଲ ମହାରାଜଙ୍କ ସାନ ପୁଅ ସୁୟଶ ରାବତଙ୍କୁ ବିବାହ କରିଛନ୍ତି। ବିବାହର ସମସ୍ତ ରୀତିନୀତି ଉତ୍ତରାଖଣ୍ଡର ହରିଦ୍ବାରରେ ହୋଇଥିଲା।

- Advertisement -

ବିବାହ ଉତ୍ସବରେ ରାଜକୁମାରୀ ମୋହିନା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଭାରି ଅଳଙ୍କାର ସହ ମୁଣ୍ଡରେ ଲମ୍ବା ଓଢଣୀରେ ମୋହିନା ନଜର ଆସିଥିଲେ । ମୋହିନାଙ୍କ ଆଉଟ୍ ଫିଟ୍ସରେ ରାଜପୁତୀ ଝଲକ ଦେଖିବାକୁ ମିଳିଥିଲା। ସୁୟଶ ମଧ୍ୟ ଧଳା ରଙ୍ଗର ଶେରୱାନୀରେ ନଜର ଆସିଥିଲେ।

ଭବ୍ୟ ବିବାହ ଉତ୍ସବ ପାଇଁ ଏକ ବିଶାଳ ମଣ୍ଡପର ଆୟୋଜନ କରାଯାଇଥିଲା। ମଣ୍ଡପ ସମ୍ମୁଖରେ ଶହ ଶହ ଅତିଥିଙ୍କ ବସିବାର ବ୍ୟବସ୍ଥା କରାଯାଇଥିଲା। ବିବାହ ପରେ ଉଭୟ ମୋହିନା-ସୁୟଶ ଅତିଥିଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।

ମୋହିନାଙ୍କ ବିବାହ ଉତ୍ସବରେ ବହୁ ରାଜନୈତିକ ନେତା ଓ ଗ୍ଲାମର ଜଗତରୁ ମଧ୍ୟ ଅନେକ ଅତିଥି ଯୋଗ ଦେଇଥିଲେ। ଅଭିନେତ୍ରୀ ଉର୍ବଶୀ ରୌତେଲା, ଗାୟକ କୈଳାଶ ଖେରଙ୍କ ସହ ଟିଭି ଜଗତର ଅନ୍ୟାନ୍ୟ କଳାକାର ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ ବିଦେଶରୁ ମଧ୍ୟ ଅତିଥିଗଣ ଯୋଗ ଦେଇଥିଲେ।

ଅଭିନୟ କରିବା ପୂର୍ବରୁ ରାଜକୁମାରୀ ମୋହିନା ରିୟାଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ନଜର ଆସିଥିଲା। ଏହା ପରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କେହଲାତା ହେ’ରେ ମୋହିନା କିର୍ତ୍ତି ସିଂଘାନିୟା ଭୂମିକାରେ ଅଭିନୟ କରିଥିଲେ। ଏହା ସହ ରେମୋ ଟିସୁଜା ନିର୍ଦେଶିତ ଫିଲ୍ମ ‘ଏବିସିଡି: ଏନି ବଡି କାନ୍ ଡାନ୍ସ’ରେ ନଜର ଆସିଥିଲେ।

ବିବାହ ପରେ ମୋହିନା ଟେଲିଭିଜନ ଜଗତରୁ ସମ୍ପର୍ଣ୍ଣ ଭାବେ ବିଦାୟ ନେଇଯିବେ। ଟାଇମ୍ସ ଅଫ୍ ଇଣ୍ଡିଆକୁ ଏକ ସାକ୍ଷାତକାର ସମୟରେ ମୋହିନା ଏହି ସୂଚନା ଦେଇଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories