ମୋହନା : ମୋହନାର ବିିଭିନ୍ନ ସ୍ଥାନରେ ଗଜାନନଙ୍କର ଧୁମଧାମରେ ଭଶାଣି ଉତ୍ସବ ପାଳିତ ହୋଇଯାଇଛି। ଦୀର୍ଘ ୮ ଦିନ ଧରି ଚାଲିଥିବା ଗଜାନନଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ବିଭିନ୍ନ ସଂଗଠନର କର୍ମକର୍ତାମାନେ ବିଭିନ୍ନ ଉତ୍ସବ ତଥା ଭଜନ ସମାରୋହ, ଭାରତଲୀଳା ସହିତ ଅନ୍ନ ଭୋଗ, ଖେଚୁଡି ଭୋଗ, ଲଡୁ, ଖିରି, ଫୁଲାର ଅନ୍ନ ଆଦି ନାନାଦି ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ଭକ୍ତମାନଙ୍କୁ ବଣ୍ଟନ କରିଥିଲେ। ଏହି ଭଶାଣି ତଥା ଗଜାନନଙ୍କ ମୁର୍ତ୍ତି ଦେଖିବାକୁ ଅଞ୍ଚଳର ବହୁ ଲୋକ ରୁଣ୍ଡ ହୋଇଥିଲେ। ବୁଧବାର ହାଇସ୍କୁଲ ଛକ,ଷ୍ଟେଟ ବ୍ୟାଙ୍କ ଛକ, ପାଣ୍ଡା ଛକ, ମାଣିକେଶ୍ୱରୀ ସାହି ଆଦିରେ ରହିଥିବା ଗଜାନନଙ୍କୁ ସନ୍ଧ୍ୟା ଅଳତି ସମାପନ କରି ଏବଂ ପୂଜାର୍ଚ୍ଚନା ସାରି ନାଚ, ଗୀତ, ଢୋଲ ମୃଦଙ୍ଗ, ଘଣ୍ଟ ଗିନିର ତାଳେ ତାଳେ ମୋହନା ନଗର ପରିକ୍ରମା କରି ଯୁବକମାନେ ହରଭଙ୍ଗୀ ନଦୀରେ ଗଜାନନଙ୍କୁ ଭଶାଣି କରିଥିଲେ।
Popular Categories



