www.samajalive.in
Tuesday, December 9, 2025
16.1 C
Bhubaneswar

ଲଡୁଗାଁ : ଡେଙ୍ଗୁ ରୋଗରେ ମହିଳା ମୃତ

କୋକସରା : କୋକସରା ବ୍ଳକ ଲଡୁଗାଁରେ ପୁଣି ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଡେଙ୍ଗୁରେ ଏହି ଗାଁର ସୁଭାସିନି ପଣ୍ଡା (୪୭)ନାମ୍ନି ଜନୈକା ମହିଳାଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ମିଳିଥିବା ସୂଚନାନୁଯାୟୀ ଲଡୁଗାଁର ଲକ୍ଷ୍ମିପଣ୍ଡାଙ୍କ ସ୍ତ୍ରୀ ସୁଭାସିନିଙ୍କୁ ଗତ ୩ ରୁ ୪ ଦିନ ତଳେ ଜ୍ୱର ହୋଇଥିଲା। ତାଙ୍କୁ ପ୍ରଥମେ କୋକସରା ଓ ପରେ ନବରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା। ନବରଙ୍ଗପୁରରେ ସୁଭାସିନିଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିବା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ରେଫର କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପରିବାର ଲୋକ ବ୍ରହ୍ମପୁର ନେଇଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ଡେଙ୍ଗୁ ରୋଗ ଲଡୁଗାଁରେ ଏକ ମହାମାରୀର ରୂପ ନେଇଥିଲା। ପରିସ୍ଥିତି ଏମିତି ଥିଲା ଯେ ପ୍ରାୟ ମାସେ କାଳ ଡାକ୍ତରୀଦଳ ଘର ଘର ବୁଲି ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲେ। ସଂଗୃହୀତ ନମୁନା ମଧ୍ୟରୁ ପ୍ରାୟ ୨୦୦ ଲୋକଙ୍କଠାରେ ଡେଙ୍ଗୁ ପଜିଟିଭ ଜଣାଇଥିବା ଜଣାପଡିଥିଲା। ଏନେଇ କୋକସରା ମେଡିକାଲ ଇନଚାର୍ଜ ସୁଶୀଳ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା। ଚଳିତ ମାସ କୋକସରା ମେଡିକାଲର ଆନ୍ତଃବିଭାଗ ରେଜିଷ୍ଟରରେ ସୁଭାସିନୀ ପଣ୍ଡା ବୋଲି କୌଣସି ରୋଗୀଙ୍କ ନାଁ ନଥିବା ପ୍ରକାଶ କରିଥିଲେ। ଏସଂପର୍କରେ ଅତିରିକ୍ତ ଜିଲ୍ଳା ଚିକିତ୍ସାଧିକାରୀ(ଫେମିଲି ୱେଲଫେୟାର) ଡା.ଅଶୋକ ଦାସଙ୍କ ସହ ଯୋଗାଯୋଗ କରିବାରୁ ଯେଉଁଠି ଡେଙ୍ଗୁ ଚିହ୍ନଟ ହୋଇଥିବା ତାଙ୍କ ପରିବାର ଲୋକେ କହୁଛନ୍ତି ସେଇ ମେଡିକାଲ ସହ ତଥ୍ୟ ବିନିମୟ ପରେ କିଛି ସ୍ପଷ୍ଟ କହିହେବ ବୋଲି କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories