www.samajalive.in
Tuesday, December 9, 2025
16.1 C
Bhubaneswar

ଚାଇନା ଓପନ୍‍ ବ୍ୟାଡମିଣ୍ଟନ : ପ୍ରିକ୍ୱାର୍ଟରରେ ଶ୍ରୀକାନ୍ତ

ଚାଙ୍ଗଝୌ(ଚୀନ୍‍)  : ଏଠାରେ ଖେଳାଯାଉଥିବା ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‍ସ ବିଭାଗ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତ।
ପ୍ରଥମ ରାଉଣ୍ଡରେ ଶ୍ରୀକାନ୍ତ ଡେନମାର୍କର ରାମସ୍‍ ଜେମ୍‍କେଙ୍କୁ ସିଧାସଳଖ ୨୧-୯, ୨୧-୧୯ ପଏଣ୍ଟରେ ପରାସ୍ତ କରିଥିଲେ। ଅନ୍ୟତମ ଭାରତୀୟ ଖେଳାଳି ଏଚ୍‍ଏସ୍‍ ପ୍ରଣୟ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‍ ପଡ଼ିଛନ୍ତି। ପ୍ରଣୟଙ୍କୁ ହଂକଂର କା ଲଙ୍ଗ୍‍ ଆନଗସ୍‍୨୧-୧୬, ୨୧-୧୨ ପଏଣ୍ଟରେ ପରାସ୍ତ କରିଥିଲେ। ମିକ୍ସଡ ଡବଲ୍‍ସ ବିଭାଗରେ ଭାରତର ସାତ୍ତ୍ୱିକ ସାଇରାଜ ଓ ଅଶ୍ୱିନୀ ପୋନ୍ନପାଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରେ ମାର୍କସ୍‍ ଇଲିସ୍‍ ଓ ଲାଉରେନ୍‍ ସ୍ମିଥ୍‍ଙ୍କ ଯୋଡ଼ିକୁ ୨୧-୧୩, ୨୦-୨୨ ଓ ୨୧-୧୭ ପଏଣ୍ଟରେ ପରାସ୍ତ କରିଛନ୍ତି। ସାଇରାଜ ଓ ଅଶ୍ୱିନୀଙ୍କ ଯୋଡ଼ି ପ୍ରଥମ ଗେମ୍‍ରେ ବିଜୟୀ ହୋଇଥିଲେ। ତେବେ ଦ୍ୱିତୀୟ ଗେମ୍‍ରେ ଇଲିସ୍‍ ଓ ସ୍ମିଥ୍‍ ଯୋଡ଼ି ବିଜୟୀ ହୋଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ଗେମ୍‍ରେ ସାଇରାଜ ଓ ଅଶ୍ୱିନୀଙ୍କ ଯୋଡ଼ି ବିଜୟୀ ହୋଇ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି। ପୁରୁଷ ଡବଲ୍‍ସ ବିଭାଗ ପ୍ରଥମ ରାଉଣ୍ଡରେ ସାଇରାଜ ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ମାଲେସିଆର ଗଭ୍‍ ଭି ସେମ୍‍ ଓ ଟାନ୍‍ ୱି କ୍ଲଙ୍ଗଙ୍କ ଯୋଡ଼ିଠାରୁ ୨୧-୧୯, ୨୨-୨୦ ପଏଣ୍ଟରେ ପରାସ୍ତ ହୋଇଥିଲେ। ମହିଳା ଡବଲ୍‍ସ ବିଭାଗ ପ୍ରଥମ ରାଉଣ୍ଡରେ ଅଶ୍ୱିନୀ ପୋନ୍ନପା ଓ ଏନ୍‍ ସିକ୍କି ରେଡ୍ଡିଙ୍କ ଯୋଡ଼ି କୋରିଆର କିମ୍‍ ସୋ ୟେଙ୍ଗ ଓ କଙ୍ଗ ହି ୟଙ୍ଗଙ୍କ ଯୋଡ଼ିଠାରୁ ୨୧-୧୦, ୨୧-୧୮ ପଏଣ୍ଟରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‍ ପଡ଼ିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories