www.samajalive.in
Saturday, December 6, 2025
23.1 C
Bhubaneswar

ଅବକାରୀ ବିଭାଗର ମିଳିତ ଚଢ।ଉ; ୨୨ଶହ ଲିଟର ମହୁଲ ପୋଚ଼ ଓ ୧୯୦ ଲିଟର ରନ୍ଧା ମଦ ଜବତ ,୨ ଗିରଫ

ମୋହନା: ଗଞ୍ଜାମ ଓ ଗଜପତି ଅବକାରୀ ବିଭାଗର ମିଳିତ ଚଢଉରେ ମୋହନା ଓ ଅଡବା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ୨୨ ଶହ ଲିଟର ମହୁଲ ପୋଚ଼ ଓ ୧୯୦ ଲିଟର ରନ୍ଧା ଦେଶୀମଦ ସହ ବ୍ୟବହୃତ ସାମଗ୍ରୀ ମହୁଲ, ପିଡ଼ିଆ, ରସହାଣ୍ଡି, ପ୍ଳାଷ୍ଟିକ୍ ବ୍ୟାରେଲ, ବୋତଲ ଆଦି ସାମଗ୍ରୀ ଜବତ ହୋଇଛି। ଚ଼ଢ଼ଉ ସମୟରେ ମଦ ପ୍ରସ୍ତୁତିରେ ସହଯୋଗ କରୁଥିବା ମୋହନା ଆନନ୍ଦପୁରର ରଶାନ୍ତ ନାୟକ ଓ ଅଡ଼ବା ନୂଆଁ ସାହିର ମଦନମୋହନ ନାୟକଙ୍କୁ ଘଟଣାସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ବ୍ରହ୍ମପୁର ଅବକାରୀ ଉପ-ଆଯୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଅଚାନକ ମୋହନା ବ୍ଳକର ଟିଆମା, ରାମଚନ୍ଦ୍ରପୁର, ଶ୍ୟାମସୁନ୍ଦରପୁର, ମୋହନା, ଅଡବା, ଲୁହା ଗୁଡ଼ି ଅଂଚ଼ଳରେ ଚଢ଼ାଉ କରିଥିଲେ। ଅବକାରୀ ଇନିସ୍‌ପେକ୍ଟର ମିହିର କୁମାର ସେଠାଙ୍କ ତତ୍ବାବଧାନରେ ଏହି ଚଢ଼ଉରେ ଉଭୟ ଜିଲ୍ଲାର ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories