www.samajalive.in
Thursday, December 11, 2025
18.1 C
Bhubaneswar

ବୃଦ୍ଧା ଉପରେ ମାଡ଼ିଗଲା କାର, ମୃତ ଘୋଷଣା କଲେ ଡାକ୍ତର

ମୋହନା : ଆଜି ସନ୍ଧ୍ୟା ସମୟରେ ଏକ କାର ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲା ମୋହନା ଥାନା ପୋଡ଼ାଶଙ୍ଖ ହନୁମାନ ମନ୍ଦିର ନିକଟରେ କାର ଧକ୍କାରେ ଜଣେ ବୃଢାଙ୍କର ମୃତ୍ୟୁ ଘଟିଛି । ବୁଦ୍ଧା ଜଣଙ୍କ ହେଲେ ପୋଡ଼ା ଶଙ୍ଖ ଗାଁର କୁମାରୀ ଶବର ବୋଲି ଜଣାପଡ଼ିଛି। ବୃଦ୍ଧା ଜଣକ କୌଣସି କାମରେ ଲୁହଗୁଡ଼ି ଯାଉଥିବା ବେଳେ ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାରଟି ବୃଦ୍ଧାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। କାର ଦୁର୍ଘାଟଣାରେ କୁମାରୀ ଶବର ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଜାର ରଖିଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories