ମୋହନାରେ ଖାଦ୍ୟ ଦ୍ରବ୍ୟରେ ଅପମିଶ୍ରଣ ଅଭିଯୋଗ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ଅଡବା, ଚନ୍ଦ୍ରଗିରି, ଚାନ୍ଦିପୁଟ ଲୁହାଗୁଡି, ମୋହନା, ଅନ୍ତରବା, ଚୁଡଙ୍ଗପୁର, ବିରିିକୋଟ, ଗୋବିନ୍ଦପୁର, ପାଣିଗଣ୍ଡା ପ୍ରଭୁତି ଗ୍ରାମରେ ରାସନ ଦୋକାନ ଓ ଖୁଚୁରା ତେଜରାତୀ ଦୋକାନରେ ଖାଉଟି ସାମଗ୍ରୀର ବ୍ୟାପକ ଅପମିଶ୍ରଣ ହେଉଥିବା ଅଭିଯୋଗ ହେଉଛି। ଲାଭଖୋର ବ୍ୟବସାୟୀ ଚାଉଳ, ଡାଲି, ଲଙ୍କାଗୁଣ୍ଡ, ହଳଦିଗୁଣ୍ଡ, ତେଲ, ମସଲା ଗୁଣ୍ଡ ଆଦିବ ସାମଗ୍ରୀର ବ୍ୟପାକ ଅପମିଶ୍ରଣ କରି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ଗ୍ରାହକଙ୍କୁ ବ୍ୟବସାୟୀମାନେ ମନମୁଖୀ ଶୋଷଣ କରି ନିର୍ଦ୍ଧାରିତ ଦାମ ଠାରୁ ଯଥେଷ୍ଟ ଅଧିକ ମୂଲ୍ୟ ନେଉଛନ୍ତି। ଏଭଳି ଅପମିଶ୍ରଣ ଖାଦ୍ୟ ଖାଇ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଏ ଦିଗରେ ମୋହନା ଯୋଗାଣ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ଖାଉଟି ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଅପରପକ୍ଷେ ମୋହନା ସହରରେ ରହିଥିବା କିଛି ହୋଟେଲର ଖାଦ୍ୟ ପଦାର୍ଥରେ ବିଭିନ୍ନ ରଙ୍ଗର ପାଉଡର ଓ ରାସାୟନିକ ପଦାର୍ଥ ଅପମିଶ୍ରଣ କରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବହାର କରୁଥିବା ଯୋଗୁଁ ଲୋକେ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଖାଦ୍ୟ ପଦାର୍ଥର ମାନ ଯାଞ୍ଚ କରିବା ପାଇଁ କୌଣସି ପଦସ୍ତ ଅଧିକାରୀ ମୋହନା ସହରରେ ପାଦ ଦେଇନଥିବା ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି। ତୁରନ୍ତ ପ୍ରଶାସନ ଏହି ଦିଗରେ ଦୁଷ୍ଟି ଦେଇ ଉଚିତ୍‍ ପଦକ୍ଷେପ ଗ୍ରହଣ କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

kalyan agarbati

Comments are closed.