www.samajalive.in
Wednesday, December 10, 2025
18.1 C
Bhubaneswar

ଜାତୀୟ ରାଜପଥରେ ଦୁଇଟି ଦୁର୍ଘଟଣାରେ ଦୁଇ ଗୁରୁତର

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୩୨୬ ଲେଡ଼ବନ୍ଧ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ସ୍ଥାନୀୟ ପିସ ଅନୁଷ୍ଠାନର ସଂଯୋଜକ ତଥା ସମାଜସେବୀ ଭୀକାରୀ ଚରଣ ବେହେରା ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ସେ ବ୍ରହ୍ମପୁରରୁ ମୋହନା ଆସିବା ସମୟରେ ଲେଡ଼ବନ୍ଧ ନିକଟରେ ତାଙ୍କ କାରର ପଛଚକା ଫାଟି ଯିବାରୁ ସେ ଗାଡିର ଭାରସାମ୍ୟ ରକ୍ଷା କରି ନ ପାରି ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା। କାହାର କିଛି କ୍ଷତି ଘଟି ନ ଥିବା ବେଳେ ସେ ଗାଡିରୁ ଅକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଥିଲେ।

ସେହିପରି ମୋହନା ଥାନା ଅନ୍ତର୍ଗତ ରାଇସିଙ୍ଗ ଛକ ନିକଟରେ ବସକୁ ଧକ୍କା ଦେଇଛି କାର। ଦୁଇ ଗୁରୁତର । ଘଟଣାରୁ ପ୍ରକାଶ ଏକ ଘରୋଇ ବସ ଯାହାକି ଗରଡ଼ମା ପଟୁ ମୋହନା ଆସିବା ବେଳେ ରାଇସିଙ୍ଗ ଛକ ନିକଟରେ ଅପର ପାର୍ଶ୍ବ ବ୍ରହ୍ମପୁରରୁ ଏକ କାର ରାୟଗଡ଼ା ଅଭିମୁଖେ ଯିବା ସମୟରେ ଦୁର୍ଘଟଣା ଘଟାଇ ଏକ ଗଛକୁ ଦୁର୍ଘଟଣା ଘଟାଇଥିଲା। ଯାହାଦ୍ୱାରା ଗାଡିରେ ବସିଥିବା ମହିଳାଙ୍କୁ ଗଭୀର ଆଘାତ ଲାଗିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories