www.samajalive.in
Monday, December 8, 2025
24.1 C
Bhubaneswar

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି: ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ତାପମାତ୍ରା ୪୫ଡିଗ୍ରୀରୁ ଅଧିକ ହୋଇ ରେକର୍ଡ଼ ସୃଷ୍ଟି କରିସାରିଛି।ଏହି ଅବସରରେ ପ୍ରକୃତିବନ୍ଧୁ ତଥା ଜୁନିଅର ରେଡ଼କ୍ରସ ପରାମର୍ଶଦାତା ବିରଂଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଚଟୁଅନକାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ଜରୁରୀ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଚିତ୍ରଲେଖା ଦୀପ, ଅଙ୍ଗନବାଡି କର୍ମୀ ସଙ୍ଗୀତା ବଏ, ଅବନ୍ତୀ ପୁଟେଲ, ଆଶା କର୍ମୀ ସୂର୍ଯ୍ୟକାନ୍ତୀ ମାଝୀ ଯୋଗ ଦେଇଥିଲେ। ଶ୍ରୀ ଦାଶ ଅଂଶୁଘାତରୁ କିପରି ରକ୍ଷା ପାଇବେ ଓ ତାର ଆଶୁ ଚିକିତ୍ସା ଉପରେ ଆଲୋକପାତ କରିଥିଲେ। ଘରୁ ପଦାକୁ ବାହାରିଲେ ମୁଣ୍ଡରେ ପଗଡି, ପାଣି ବୋତଲ, ଛତା, ଜୋତା ଆଦି ବ୍ୟବହାର କରିବାକୁ ସ୍ୱାସ୍ଥ୍ୟକର୍ମୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ସଭାରେ ଗ୍ରାମର ମହିଳା, ପୁରୁଷ, ସେଛ୍ଛାସେବୀ, ସ୍ୱୟଂସହାୟକ ଗୋଷ୍ଠୀର ସଭ୍ୟା ଯୋଗ ଦେଇଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories