www.samajalive.in
Tuesday, December 9, 2025
17.1 C
Bhubaneswar

କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମୋହନା: ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ସିନ୍ଧବା ପଞ୍ଚାୟତର କୁଟିମେରା ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲ ଜମିରୁ ପୁଲିସ୍‍ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପାଖାପାଖି ୧୦କୋଟି ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଛି। ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଦାସଙ୍କ ନିର୍ଦ୍ଦେଶରେ ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ଟିମ୍‍ , ମୋହନା ପୁଲିସ୍‍ , ରାଜସ୍ୱ ନୀରିକ୍ଷକ ଓ ଅବକାରୀ ବିଭାଗ କର୍ମୀଙ୍କ ମିଳିତ ଚଢ଼ାଉ କରାଯାଇଥିବା ବେଳେ ମୋହନା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲ, ଏସ୍‍ ଆଇ ସିନ୍ଧୁ ସାର୍କା, ଅବକାରୀ ବିଭାଗ ଏସ୍‍ଆଇ ପି.କେ ସାହୁ ଓ କର୍ମଚାରୀ, ଚନ୍ଦ୍ରଗିରି ରାଜସ୍ୱ ନିରୀକ୍ଷକ ମିଖାଏଲ୍‍ ରାଇକା ଓ କର୍ମୀ ଚଢ଼ାଉରେ ସାମିଲ ଥିଲେ। କୁଟିମେରା ନିକଟସ୍ଥ ସଂରକ୍ଷିତ ପ୍ରାୟ ୫୧ ଏକର ଜଙ୍ଗଲ ଜମିରୁ ୧ ଲକ୍ଷ ୨ ହଜାର ଗଛକୁ କଟର ମେସିନ୍‍ ସହାୟତାରେ କାଟି ପୋଡ଼ି ନଷ୍ଟ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ଏହି ଚଢ଼ାଉରେ ମୋହନା ତହସିଲ୍‍ଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମ୍ୟାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories