www.samajalive.in
Thursday, December 11, 2025
15.1 C
Bhubaneswar

ଜୀବନକୁ ଦୁଃସାହସିକ କ୍ରୀଡ଼ା ସହ ନିଶ୍ଚୟ ଯୋଡ଼ନ୍ତୁ – ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହିଛନ୍ତି ଯେ ଭାରତର ଭୌଗୋଳିକ ଅବସ୍ଥିତି ଏପରି ଯେ, ଏଠି ଦୁଃସାହସିକ କ୍ରୀଡ଼ା ପାଇଁ ଅନେକ ସୁଯୋଗ ରହିଛି। ଗୋଟିଏ ଦିଗରେ ଉଚ୍ଚ ଉଚ୍ଚ ପର୍ବତ ଥିବାବେଳେ ଅନ୍ୟପାଖରେ ସୁଦୂର ବିସ୍ତୃତ ମରୁଭୂମି। ଗୋଟିଏ ପାଖ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ତ ଅନ୍ୟ ପାଖରେ ଦିଗନ୍ତ ବିସ୍ତାରୀ ସମୁଦ୍ର। ତେଣୁ ମୁଁ ଆପଣମାନଙ୍କଠାରୁ ଆଶା କରେ ଯେ ଆପଣ ମଧ୍ୟ ନିଜ ପସନ୍ଦର ସ୍ଥାନ ଏବଂ ନିଜ ରୁଚି ଅନୁସାରେ କାର୍ଯ୍ୟ ସ୍ଥିର କରନ୍ତୁ ଆଉ ଜୀବନକୁ ଦୁଃସାହସିକ କ୍ରୀଡ଼ା ସହିତ ନିଶ୍ଚୟ ଯୋଡ଼ନ୍ତୁ। ଜୀବନରେ ଦୁଃସାହସ ରହିବା ବି ଦରକାର।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ରେଡିଓରେ ପ୍ରଚାରିତ ମାସିକ ମନ କି ବାତ କାର୍ଯ୍ୟକ୍ରମରେ ଯୁବ ପିଢିଙ୍କୁ ଉତ୍ସାହିତ କରିବା ପାଇଁ ଶହେ ପାଞ୍ଚ ବର୍ଷ ବୟସ୍କା ଭାଗିରଥି ଆମ୍ମାଙ୍କ ସଫଳତାର କାହାଣୀ କହିଛନ୍ତି। ସେ କହିଛନ୍ତି, ଆମେ ଯଦି ଜୀବନରେ ପ୍ରଗତି କରିବାକୁ ଚାହିଁବା, ବିକାଶ କରିବାକୁ ଚାହିଁବା, କିଛି କରିବାକୁ ଚାହିଁବା ତେବେ ତା’ର ପ୍ରଥମ ସର୍ତ୍ତ ହେଲା ଆମ ଭିତରର ବିଦ୍ୟାର୍ଥୀକୁ କେବେ ବି ମରିବାକୁ ଦେବାନାହିଁ। ଶହେପାଞ୍ଚ ବର୍ଷ ବୟସ୍କା ଭାଗୀରଥି ଆମ୍ମା ଆମକୁ ଏହି ପ୍ରେରଣା ଦିଅନ୍ତି। ଏବେ ଆପଣମାନେ ଭାବୁଥିବେ ଯେ ଏହି ଭାଗୀରଥି ଆମ୍ମା କିଏ? ଭାଗୀରଥି ଆମ୍ମା କେରଳର କୋଲ୍ଲମରେ ରହନ୍ତି। ଖୁବ ପିଲାଦିନେ ସେ ତାଙ୍କ ମା’ଙ୍କୁ ହରାଇଥିଲେ। ବହୁତ କମ୍‍ ବୟସରେ ବିବାହ କରି ସ୍ୱାମୀଙ୍କୁ ମଧ୍ୟ ହରାଇଦେଲେ। କିନ୍ତୁ ଭାଗୀରଥି ଆମ୍ମା ତାଙ୍କର ଧୈର୍ଯ୍ୟ ଓ ସାହସ ହରାଇନଥିଲେ।

- Advertisement -

୧୦ ବର୍ଷରୁ କମ୍‍ ବୟସରେ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ୧୦୫ ବର୍ଷ ବୟସରେ ସେ ପୁଣି ସ୍କୁଲରେ ପଢ଼ିବା ଆରମ୍ଭ କଲେ। ଏତେ ଅଧିକ ବୟସ ହୋଇଥିବା ସତ୍ୱେ ଭାଗୀରଥି ଆମ୍ମା ଖରଙ୍ଖରକ୍ଷ-୪ ପରୀକ୍ଷା ଦେଲେ ଏବଂ ଅତି ଉତ୍ସୁକତାର ସହିତ ପରୀକ୍ଷାଫଳକୁ ଅପେକ୍ଷା କଲେ। ଏଇ ପରୀକ୍ଷାରେ ସେ ୭୫ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହେଲେ। ଖାଲି ସେତିକି ନୁହେଁ, ଗଣିତରେ ତ ସେ ୧୦୦ରୁ ୧୦୦ ନମ୍ବର ରଖିଲେ। ଆମ୍ମା ଏବେ ଆହୁରି ଆଗକୁ ପଢ଼ିବାକୁ ଚାହୁଁଛନ୍ତି। ପରବର୍ତୀ ପରୀକ୍ଷାଗୁଡ଼ିକ ଦେବାକୁ ଚାହୁଁଛନ୍ତି। ଏଥିରୁ ପ୍ରମାଣିତ ଯେ ଭାଗିରଥି ଆମ୍ମାଙ୍କ ଭଳି ଲୋକମାନେ ହେଲେ ଏ ଦେଶର ଶକ୍ତି, ଏକ ବହୁତ ବଡ଼ ପ୍ରେରଣାର ଉତ୍ସ ବୋଲି ମୋଦୀ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories