www.samajalive.in
Tuesday, December 9, 2025
23.1 C
Bhubaneswar

ଆସନ୍ତାକାଲି ‘ହାଉଡି ମୋଦୀ’ର ଇଣ୍ଡିଆନ ଏଡିସନ – ନମସ୍ତେ ଟ୍ରମ୍ପ

ସମାଜ ପୋର୍ଟାଲ ଡେସ୍କ: ଅହମ୍ମଦାବାଦ ମୋଟେରାସ୍ଥତ ଥିବା ବିଶ୍ୱର ସର୍ବବୃହତ୍‍ କ୍ରିକେଟ୍‍ ଷ୍ଟାଡିୟମ୍‍ ସର୍ଦ୍ଦାର ପଟେଲ୍‍ ଷ୍ଟାଡିୟମରେ ଆସନ୍ତାକାଲି ନମସ୍ତେ ଟ୍ରମ୍ପ୍‍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ୍‍ ୧ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିତ ଭାବେ ସମ୍ବୋଧିତ କରିବେ। ଅନ୍ୟପକ୍ଷରେ ତାଜ୍‍ମହଲଠାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାପାଇଁ ଆଗ୍ରା ସହର ପ୍ରସ୍ତୁତ ରହିଛି। ଏହି ଅବସରରେ ତାଜ୍‍ମହଲ୍‍ ଆଖପାଖ ରାସ୍ତା ଓ କାନ୍ଥଗୁଡ଼ିକୁ ଚିତ୍ରିତ କରାଯିବା ସହ ତାଜ୍‍ମହଲ ପରିସରକୁ ସୁନ୍ଦର ସୁନ୍ଦର ଫୁଲରେ ସଜାଯାଇଛି।

ଅହମ୍ମଦାବାଦରେ ନମେସ୍ତ ଟ୍ରମ୍ପ୍‍ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଆସନ୍ତାକାଲି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଆଗ୍ରାରେ ପହଞ୍ଚିବେ। ସୂର୍ଯ୍ୟାସ୍ତ ପୂର୍ବରୁ ତାଜମହଲରେ ଟ୍ରମ୍ପ୍‍ ଦମ୍ପତି ପ୍ରାୟ ଏକ ଘଣ୍ଟା ସମୟ ବିତାଇବେ। ତାଜମହଲ ପରିଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତିଙ୍କ ପରିବାର ସହ ରହିବେ ନାହିଁ। ସେଠାରେ ଭାରତ ପକ୍ଷରୁ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ରହିବେ ନାହିଁ କିମ୍ବା ଏହି ସମୟରେ କୌଣସି ସରକାରୀ କାର୍ଯ୍ୟକ୍ରମ ସ୍ଥିର ହୋଇ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

- Advertisement -

ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ ତାଙ୍କ ଭାରତ ଗସ୍ତ ଅବସରରେ ଉର୍ଜା ଓ ଅର୍ଥନୀତି ସମେତ କେତେକ ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି। ଆତଙ୍କବାଦର ମୁକାବିଲା ହେଉ ଅଥବା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଓ ସମୃଦ୍ଧି ବଜାୟ ରଖିବା, ଦୁଇଦେଶ ମଧ୍ୟରେ ଏ ସବୁ କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥ ଓ ଆଗ୍ରହ ରହିଛି। ତେଣୁ ଉଭୟ ଦେଶ ଏକବିଂଶ ଶତାବ୍ଦୀରେ ଏକ ରଣନୀତି ଭିତ୍ତିକ ଅଂଶୀଦାରୀରେ ଆଗେଇ ଯିବାକୁ ଚାହାନ୍ତି।

ଇତିମଧ୍ୟରେ ହ୍ୱାଇଟ୍‍ ହାଉସ୍‍ କହିଛି, ଭାରତ ଓ ଆମେରିକାର ସମ୍ପର୍କ ଗଣତାନ୍ତ୍ରିକ ପରମ୍ପରା, ସାଧାରଣ ରଣନୀତି ଭିତ୍ତିକ ଆଗ୍ରହ ଓ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଭାବାବେଗ ଉପରେ ଆଧାରିତ। ଏହା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ୍‍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କରେ ପ୍ରତିଫଳିତ ହେଉଛି। ଏହି ଦୁଇ ନେତା ଗତ ଏକ ବର୍ଷ ମଧ୍ୟରେ ୪ ଥର ବିଭିନ୍ନ ବୈଠକ ଅବସରରେ ସାକ୍ଷାତ କରିଛନ୍ତି।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories