www.samajalive.in
Saturday, December 6, 2025
19.1 C
Bhubaneswar

ଆଜି ମୋଦୀଙ୍କ ଅରୁଣାଚଳ, ତ୍ରିପୁରା ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତରେ ଯିବେ ବୋଲି ଜଣାପଡିଛି। ଏହି ଅବସରରେ ମୋଦୀ ଅରୁଣାଚଳ ରାଜଧାନୀ ଇଟାନଗରରେ ୫୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିମଧ୍ୟରେ ୩୭୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜଳବିଦ୍ୟୁତ୍ ପ୍ରକଳ୍ପ (୧୮୬ ଓ ୨୪୦ ମେଗାୱାଟ ଶକ୍ତି ସମ୍ପନ୍ନ) ଅନ୍ତର୍ଭୁକ୍ତ। ଏହାବ୍ୟତୀତ ତାୱାଙ୍ଗଠାରେ କନ୍‌ଭେନ୍‌ସନ୍‌ ସେଣ୍ଟରର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ୧୫୦୦ ଦର୍ଶକ ବସିବା  ବ୍ୟବସ୍ଥା ଥିବା ଏହି ସେଣ୍ଟରରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତର ସମ୍ମିଳନୀ ଆୟୋଜିତ ହୋଇପାରିବ। ଏହାଦ୍ବାରା ତାୱାଙ୍ଗରେ ପର୍ଯ୍ୟଟନ ଓ ସାଂସ୍କୃତିବ କାର୍ଯ୍ୟକ୍ରମକୁ ସମର୍ଥନ ମିଳପାରିବ। ମୋଦୀ ଇଟାନଗରରେ ସାଧାରଣ ସଭାକୁ ସମ୍ବୋଧୂତ କରି କରିବାର କାର୍ଯ୍ୟକ୍ର କାର୍ଯ୍ୟକ୍ରମ ମଧ୍ଯ ରହିଛି। ଅରୁଣାଚଳ ପରେ ର ମୋଦୀ ତ୍ରିପୁରା ଗସ୍ତରେ ଯିବେ। ସେଠାରେ ମୋଦୀ ‘ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର’ରେ ପୂଜାର୍ଚ୍ଚନା କରିବା ସହ ମାତାବାଡିଠାରେ ମନ୍ଦିର କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରିବେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories