www.samajalive.in
Thursday, December 11, 2025
16.1 C
Bhubaneswar

ପ୍ରୟୋଗଶାଳାରେ ପ୍ଲାଷ୍ଟିକର ବିକଳ୍ପ ଖୋଜନ୍ତୁ ବୈଜ୍ଞାନିକ: ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ: ପରିବେଶକୁ ସୁରକ୍ଷିତ ରଖିବା ଲାଗି ବିଶ୍ଵର ବୈଜ୍ଞାନିକମାନଙ୍କୁ ପ୍ରୟୋଗଶାଳା(ଲାବରେଟୋରି)ରେ ଏକକ ବ୍ୟବହୃତ ପ୍ଲାଷ୍ଟିକର ବିକଳ୍ପ ଖୋଜିବାକୁ ପଡ଼ିବ। ଏହା ସାଙ୍ଗକୁ କୃଷିର ବିକାଶ ସହିତ ପରିବେଶ ଅନୁକୂଳ ଉର୍ଜା ଉତ୍ପାଦନ ଉପରେ ଗୁରୁତ୍ଵ ଦେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କର୍ଣ୍ଣାଟକର ବେଙ୍ଗାଲୁରୁରେ ଆୟୋଜିତ ଭାରତୀୟ ବିଜ୍ଞାନ କଂଗ୍ରେସରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଯୋଗଦେଇ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନକୁ ସମ୍ବୋଧିତ କରିବା ସହିତ ଏହି ଅବସରରେ ଆଇ-ଏସଟିଇଏମ୍‌ ପୋର୍ଟାଲ ଉଉନ୍ମୋଚନ କରିଥିଲେ। ଏହି ପୋର୍ଟାଲ ଗବେଷଣା କ୍ଷେତ୍ରରେ କାମ କରିବ। ମୋଦୀ କହିଥିଲେ ଯେ, ଗତବର୍ଷ ଯେତେବେଳେ ବେଙ୍ଗାଲୁରୁ ଆସିଥିଲି, ସେତେବେଳେ ଦେଶର ନଜର ଚନ୍ଦ୍ରଯାନ-୨ ଉପରେ ଥିଲା। ସେତେବେଳେ ଆମ ଦେଶ ଯେଉଁଭଳି ଭାବେ ବିଜ୍ଞାନ, ଆମ ମହାକାଶ କାର୍ଯ୍ୟକ୍ରମ ଏବଂ ଆମ ବୈଜ୍ଞାନିକମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରିଥିଲା, ତାହା ସର୍ବଦା ମୋର ସ୍ମରଣ ରହିବ।

- Advertisement -

ଭାରତୀୟ ବିଜ୍ଞାନ କଂଗ୍ରେସ ଅବସରରେ ପୂରା ଦୁନିଆ ବେଙ୍ଗାଲୁରୁରେ କିଛି ନୂଆ କରିବାକୁ ଆସୁଛି। ଏହି ସହର ବିକାଶ ଏବଂ ଗବେଷଣା ପାଇଁ ଏକ ଅଭୂତପୂର୍ବ ଇକୋ-ସିଷ୍ଟମ ବିକଶିତ କରିଛି, ଯେଉଁଥିପାଇଁ ଯୁବ ବୈଜ୍ଞାନିକ, ଉଦ୍ଭାବକ ଏବଂ ଇଞ୍ଜିନିୟର ଏହି ସହର ସହିତ ଯୋଡ଼ିହେବାକୁ ଚାହୁଁଛନ୍ତି। ଭାରତର ବିକାଶର କାହାଣୀ ବିଜ୍ଞାନ ଏବଂ ବୈଷୟିକ କ୍ଷେତ୍ରରେ ଏହାର ସଫଳତା ଉପରେ ନିର୍ଭର କରୁଛି। ଭାରତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଭୂଦୃଶ୍ୟକୁ ବଦଳାଇବା ଜରୁରୀ ବୋଲି ମୋଦୀ କହିଥିଲେ। ଯୁବ ବୈଜ୍ଞାନିକମାନଙ୍କ ପାଇଁ ମୋର ଏକ ଆଦର୍ଶ ବାକ୍ୟ ହେଉଛି ‘ନୂତନ ଉଦ୍ଭାବନ, ତାହାର ବ୍ୟବହାର, ଉତ୍ପାଦନ ଏବଂ ସମୃଦ୍ଧ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories