www.samajalive.in
Monday, December 8, 2025
27.1 C
Bhubaneswar

ଶିଶୁରୋଗ ବିଶେଷଜ୍ଞଙ୍କୁ ଗୁଳିମାଡ ଘଟଣା; ସନ୍ଦିଗ୍ଧ ଅଭିଯୁକ୍ତର ସ୍କେଚ୍ ଜାରି କଲା ପୁଲିସ, ସୂଚନାଦାତାଙ୍କୁ ମିଳିବ ପୁରସ୍କାର

ଖୋର୍ଦ୍ଧା: ଶିଶୁରୋଗ ବିଶେଷଜ୍ଞ ଡା. ମାନସ ଦାସଙ୍କୁ ଗୁଳିମାଡ ଘଟଣାରେ ସନ୍ଦିଗ୍ଧ ଅଭିଯୁକ୍ତର ସ୍କେଚ୍ ଫଟୋ ଜାରି କରାଯାଇଛି। ସନ୍ଦିଗ୍ଧ ଅଭିଯୁକ୍ତର ସୂଚନା ଦେବା ଲୋକର ନାମ ଗୋପନ ରଖାଯିବା ସହ ପୁରସ୍କୃତ କରାଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ୪ଟି ଟିମ ଗଠନ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ଟିମ୍ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ତଦନ୍ତ କାର୍ଯ୍ୟ କରୁଥିବା ​‌ବେଳେ ଅନ୍ୟ ଏକ ଟିମ୍ ବ୍ରହ୍ମପୁରରେ ପହଞ୍ଚି ସୁପାରି କିଲରଙ୍କ ସମ୍ପର୍କରେ ଛାନଭିନ୍ ଚଳାଇଛି। ସେହିପରି ଅନ୍ୟ ଦୁଇଟି ଟିମ୍ ମଧ୍ୟରୁ ଗୋଟିଏ ଟିମ୍ ପେଷାଦାର ଅପରାଧୀଙ୍କ ରେକର୍ଡ଼ ଯାଞ୍ଚ କରିବା ପାଇଁ ନୟାଗଡ଼ରେ ପହଞ୍ଚିଥିବା ​‌ବେଳେ ଅନ୍ୟଟି ଡାକ୍ତରଙ୍କ ପରିବାର ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସ ୧୫ ତାରିଖ ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାର ଏକ କ୍ଲିନିକ୍‌ରେ ଶିଶୁରୋଗ ବିଶେଷଜ୍ଞ ଡା. ମାନସ ଦାସ ରୋଗୀ ଦେଖୁଥିବା ବେଳେ ମୁହଁରେ ମୁଖାବାନ୍ଧି ୨ ଦୁର୍ବୃତ୍ତ ଆସି ଗୁଳିମାଡ କରି ବାଇକରେ ଫେରାର ହୋଇଯାଇଥିଲେ। ଗୁଳିମାଡରେ ଡାକ୍ତରଙ୍କ ସମେତ ଔଷଧ ଦୋକାନୀ ଗୁରୁତର ଭାବରେ ଆହତ ହୋଇଥିଲେ। ଉଭୟଙ୍କୁ ଭୁବନେଶ୍ବର ସ୍ଥାନାସ୍ତର କରାଯାଇଥିଲା। ପରେ ଚିକତ୍ସାଧୀନ ଅବସ୍ଥାରେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଥିଲା।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories