www.samajalive.in
Friday, December 12, 2025
23.1 C
Bhubaneswar

ସିଙ୍ଗାପୁରରେ ମୋଦୀ-ପେନ୍ସ ଆଲୋଚନା

ନୂଆଦିଲ୍ଲୀ/ସିଙ୍ଗାପୁର : ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବା ପାଇଁ ସିଙ୍ଗାପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଯୁକ୍ତରାଷ୍ଟ୍ର ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ, ବାଣିଜ୍ୟ କାରବାର ଓ ଇଣ୍ଡୋ-ପାସିଫିକ୍‍ ସହଯୋଗ ଆଦି ସମ୍ପର୍କରେ ସବିଶେଷ ଆଲୋଚନା ହୋଇଛି। ଆତଙ୍କବାଦର ମୂଳୋତ୍ପାଟନ ସମ୍ପର୍କରେ ଭାରତର ପଦକ୍ଷେପ ଓ ଉତ୍ତରାକୋରିଆ ପ୍ରସଙ୍ଗରେ ଆମେରିକାକୁ ଭାରତର ସମର୍ଥନ ନେଇ ପେନ୍ସ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଏହାଛଡ଼ା ମୋଦୀ ଓ ପେନ୍ସଙ୍କ ମଧ୍ୟରେ ଆସନ୍ତା ୨୬ରେ ପାଳନ ହେବାକୁ ଥିବା ମୁମ୍ବଇ ଆକ୍ରମଣର ୧୦ବର୍ଷ ପୂର୍ତ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅବସରରେ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ ଭାରତ ସହିତ ବାଣିଜ୍ୟିକ କାରବାର ବୃଦ୍ଧି ହୋଇଥିବା ଦର୍ଶାଇ ଟ୍ରମ୍ପଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାରଙ୍କ ସୂଚନାନୁଯାୟୀ, ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ବିଶ୍ୱ ସମସ୍ୟା ନେଇ ଫଳପ୍ରଦ ଆଲୋଚନା ହୋଇଥିଲା। ବୈଦେଶିକ ସଚିବ ବିଜୟ ଗୋଖଲେ ମଧ୍ୟ ଏହି ଆଲୋଚନା ସଫଳ ହୋଇଥିବା ପ୍ରକାଶ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories