www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ମକଡ୍ରିଲ କାର୍ଯ୍ୟକ୍ରମ

ନବରଙ୍ଗପୁର: ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କରାଯାଇ ପାରିବ ସେନେଇ ଆଜି ଜିଲ୍ଲା, ବ୍ଲକ ଅନ୍ତର୍ଗତ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ(ସମର ଅଭ୍ୟାସ ) ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନା ବିଭାଗଙ୍କ ନିର୍ଦେଶକ୍ରମେ ଆଜି ନବରଙ୍ଗପୁର ଜିଲ୍ଲାର ସମସ୍ତ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ମକଡ୍ରିଲର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମକଡ୍ରିଲ କାର୍ୟ୍ୟକ୍ରମରେ ସମସ୍ତ ବ୍ଲକ ତରଫରୁ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ ବିଭାଗଙ୍କ ବ୍ୟତୀତ ସଂପୃକ୍ତ ବିଭାଗର କର୍ମଚାରୀ ଉପସ୍ଥିତରେ କାର୍ୟ୍ୟକ୍ରମ କରାଯାଇଥିଲା। ତାହାର ଏକ ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ପ୍ରେରଣ କରିବା ପରେ ସେହି ବିବରଣୀକୁ ଜିଲ୍ଲା ଜରୁରୀକାଳୀନ ବିଭାଗ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ବିଭାଗକୁ ପ୍ରେରଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିଲେ।

ଏହି କାର୍ୟ୍ୟକ୍ରମ ଦିନ ୧୧ ଘଣ୍ଟା ସମୟରୁ ଦିନ ୧ ଘଣ୍ଟା ପର୍ୟ୍ୟନ୍ତ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ, ଡ଼ଃ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, ରତ୍ନାକର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲାର ସମସ୍ତ ଅଗ୍ନିଶମ ବିଭାଗ ଅଧିକରୀ, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ / ତହସିଲଦାର / ସ୍ୱାସ୍ଥ୍ୟ ଅଧିକାରୀ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ, ଯୋଗ ଦେଇଥିଲେ । ଏତଦ ବ୍ୟତୀତ ଏହି କାର୍ୟ୍ୟକ୍ରମରେ ବନ୍ୟା / ବାତ୍ୟା ଆଶ୍ରୟ ସ୍ଥଳୀର ସମସ୍ତ ସଭାପତି, ସମ୍ପାଦକ, ଏବଂ ନୋଡାଲ ଏନଜିଓ ସମ୍ପର୍କର କାର୍ତିକ ମଲ୍ଲିକ ଯୋଗ ଦେଇଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories