www.samajalive.in
Saturday, December 13, 2025
21.1 C
Bhubaneswar

ଚୋରି ହୋଇଯାଇଛି କି ଆପଣଙ୍କ ଫୋନ୍‌? ତୁରନ୍ତ ଏହି ନମ୍ବରରେ କରନ୍ତୁ କଲ୍‌, ପାଇବେ ସମ୍ପୂର୍ଣ୍ଣ ସହାୟତା

ନୂଆଦିଲ୍ଲୀ: ୧୪୪୨୨ ହେଲ୍ବଲାଇନ ନମ୍ବରକୁ ମନେରଖନ୍ତୁ। ଯଦି ଆପଣଙ୍କ ମୋବାଇଲ ଫୋନ୍‌ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ପୁଲିସରେ ଅଭିଯୋଗ କରିବା ସହ ଆପଣ ଏହି ନମ୍ବରରେ କଲ୍‌ କରି ତୁରନ୍ତ ସୂଚନା ଦେଇପାରିବେ। ଏହାଦ୍ବାରା ଫୋନ୍‌କୁ ଶୀଘ୍ର ଖୋଜିବାରେ ତ ସାହାଯ୍ୟ ମିଳିବ, ଏଥିସହ ଆପଣଙ୍କ ତଥ୍ୟ ଏବଂ ଫଟୋ ଚୋରି ହେବ ନାହିଁ କିମ୍ବା ଆପଣଙ୍କ ମୋବାଇଲ୍ ଅପବ୍ୟବହାର ହେବ ନାହିଁ। ଏହି ହେଲ୍ପଲାଇନ ନମ୍ବର ବିଷୟରେ ବହୁତ କମ୍ ଲୋକ ଅବଗତ। କିନ୍ତୁ ଏହି ନମ୍ବର ଖୁବ୍‌ ଉପଯୋଗୀ। ଯାହାକି ଭାରତ ସରକାରଙ୍କ ଟେଲିକମ୍ ବିଭାଗ ପକ୍ଷରୁ ବହୁ ପୂର୍ବରୁ ଜାରି କରାଯାଇଛି।

ସେହିଭଳି ସିଇଆଇଆର(ସେଣ୍ଟ୍ରାଲ ଇକ୍ବିପ୍‌ମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର)ର ୱେବସାଇଟ୍‌ ceir.gov.inରେ ମଧ୍ୟ ମୋବାଇଲ୍ ବ୍ୟବହାରକାରୀମାନେ ସେମାନଙ୍କର ଅଭିଯୋଗ କରିପାରିବେ। ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲକୁ ଖୋଜିବା ପାଇଁ ଏହା ହେଉଛି ଟେଲିକମ୍ ବିଭାଗର ନାଗରିକ ପୋର୍ଟାଲ୍।

- Advertisement -

ଏହି ପୋର୍ଟାଲ୍ ସମସ୍ତ ମୋବାଇଲ୍ ସିମ୍ ଅପରେଟରଙ୍କ ନେଟୱର୍କରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲକୁ ବ୍ଲକ୍‌ କରିବାର ସୁବିଧା ମଧ୍ୟ ପ୍ରଦାନ କରିଥାଏ। ଯଦ୍ବାରା ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲକୁ ଭାରତରେ ବ୍ୟବହାର କରାଯାଇପାରିବ ନାହିଁ। ଯଦି କେହି ବ୍ଲକ୍ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଚେଷ୍ଟା କରେ, ତେବେ ଏହାର ଲୋକେସନ୍‌ ତୁରନ୍ତ ସକ୍ରିୟ ହୋଇଯାଏ। ମୋବାଇଲ୍ ଫୋନ୍ ମିଳିବା ପରେ ଏହାକୁ ବ୍ୟବହାରକାରୀଙ୍କ ବ୍ୟବହାର ପାଇଁ ପୋର୍ଟାଲରେ ଅନବ୍ଲକ୍ ମଧ୍ୟ କରାଯାଇପାରିବ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories