www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ଥରେ ବଜାରରୁ ହଜିଯିବ ନୋକିଆ ଫୋନ୍ ! କମ୍ପାନୀ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ : ନୋକିଆର ସ୍ମାର୍ଟଫୋନ୍ ଏବଂ ଫିଚର ଫୋନ୍ ନିର୍ମାଣ କରୁଥିବା କମ୍ପାନୀ ଏଚଏମଡି ଗ୍ଲୋବାଲ୍ ଏକ ବଡ ଘୋଷଣା କରିଛି । ଏଚଏମଡି ଗ୍ଲୋବାଲ୍ ଏବେ ନିଜ ଓରିଜିନାଲ୍ ବ୍ରାଣ୍ଡ୍ ଅର୍ଥାତ୍ ଏଚଏମଡିର ବ୍ରାଣ୍ଡିଂ ବିଶିଷ୍ଟ ସ୍ମାର୍ଟଫୋନ୍ ଲଞ୍ଚ୍ କରିବ । କମ୍ପାନୀ ଗତ କିଛି ଦିନ ହେବ ଲଗାତର ଏହି ଡିଭାଇସକୁ ଟିଜ୍ କରୁଛି । ଏଚଏମଡି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରୁ ନୋକିଆ ବ୍ରାଣ୍ଡ୍ ରିମୁଭ କରିଦେଇଛି ।

ନିର୍ମାତା ଖୁବ୍ ଶୀଘ୍ର ନିଜ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବ ଯାହା ଏଚଏମଡି ବ୍ରାଣ୍ଡିଂ ସହିତ ଆସିବ । ଏହି ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ହେବାକୁ ଥିବା ମୋବାଇଲ ଓ୍ବର୍ଲ୍ଡ କଂଗ୍ରେସ(MWC 2024) ରେ ଲଞ୍ଚ୍ ହୋଇପାରେ । ବ୍ରାଣ୍ଡର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଥିବା ଆକାଉଣ୍ଟରେ ଏବେ Nokia.com ନୁହେଁ ବରଂ HMD.com  ନଜର ଆସିବ ।

- Advertisement -

ତେବେ ଏମିତି ନୁହେଁ କି ନୋକିଆ ସ୍ମାର୍ଟଫୋନ୍ସ ଆଉ ମିଳିବନି । କମ୍ପାନୀ ସ୍ପଷ୍ଟ କହିଛି କି ସେ ନୋକିଆ ଫୋନ୍ ମଧ୍ୟ ପ୍ରସ୍ତୁତ କରିବ । ଏହା ସହିତ ନୂଆ ବ୍ରାଣ୍ଡ୍ସ ସହିତ କୋଲାବୋରେସନରେ ମଧ୍ୟ କମ୍ପାନୀ ଡିଭାଇସ୍ ଲଞ୍ଚ୍ କରିବ । କମ୍ପାନୀର ନୂଆ ଓ୍ବେବସାଇଟ୍ HMD.com  ରେ ଆପଣଙ୍କୁ ନୋକିଆର ଫୋନ୍ ତାଲିକା ମିଳିବ ।

ଏଚଏମଡିର କହିବାନୁସାରେ ସେ ଓରିଜିନାଲ୍ ଏଚଏମଡି ବ୍ରାଣ୍ଡିଂକୁ ସ୍ଥାପନ କରିବା ଉପରେ ମଧ୍ୟ ଫୋକସ୍ କରିବ । କମ୍ପାନୀ ଜଣାଇଛି କି ଆମେ ଏବେ ନୋକିଆ ସ୍ମାର୍ଟଫୋନ୍ ଏବଂ ଫିଚର ଫୋନ୍ସ ନିର୍ମାତା, କିନ୍ତୁ ଆମେ ଅଧିକ ଫୋନ୍ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁଥିରେ ପ୍ରକୃତ ଏଚଏମଡି ଡିଭାଇସ୍ ଏବଂ ସମସ୍ତ ନୂଆ ପାର୍ଟନରସିପରେ ଫୋନ୍ ମଧ୍ୟ ସାମିଲ ହେବ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories