www.samajalive.in
Sunday, December 14, 2025
26.1 C
Bhubaneswar

ପାଉନି ନେଟୱର୍କ, ଫୋନରେ କଥା ହେବା ପାଇଁ ଗଛରେ ଚଢୁଛନ୍ତି ଲୋକେ

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକରେ ଅନେକ ସ୍ଥାନରେ କାମ ଦେଉନି ମୋବାଇଲ ନେଟଓ୍ବର୍କ ।  ନେଟଓ୍ବର୍କ ନପାଇବାରୁ ଇଣ୍ଟରନେଟ୍ ସମ୍ପର୍କିତ କୌଣସି କାମ ପାଇଁ ଲୋକଙ୍କୁ ଗଛରେ ଚଢିବାକୁ ପଡୁଛି । ପିଲାଙ୍କ ଅନଲାଇନ ପାଠପଢ଼ା ସହ ଅନେକ ଅନଲାଇନ କାର୍ଯ୍ୟ ହୋଇ ପାରୁନାହିଁ। ଉପାନ୍ତ ଅଞ୍ଚଳରେ ନେଟୱାର୍କ ସଂଯୋଗ ହେବା ନେଇ ଅଞ୍ଚଳବାସୀଙ୍କ ମନରେ ହସ ଫୁଟିଥିଲା ହେଲେ ନିର୍ଦ୍ଧାରିତ ସମୟ ଠାରୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଇଣ୍ଟରନେଟ ବ୍ୟବସ୍ଥା ହୋଇପାରିନାହିଁ । ଏପରିକି ବ୍ଲକର ବିଭିନ୍ନ ଗାଁରେ ଫୋନ କଲର ସୁବିଧା ମଧ୍ୟ ନାହିଁ ।

ଖାଲି ସେତିକି ନୁହେଁ ନେଟୱାର୍କ ଅସୁବିଧା ଯୋଗୁଁ ଗଛ ଓ ପାହାଡ଼ ଉପରେ ଚଢ଼ିବା ପରେ ମଧ୍ୟ ଠିକ ଭାବରେ ସିଗନାଲ ଆସେନାହିଁ। ତେଣୁ ସରକାରୀ କାମରେ ମଧ୍ୟ ନାକେଦମ ହୋଇଥାନ୍ତି ସରକାରୀ କର୍ମଚାରୀ। ତେବେ ଯଥା ଶୀଘ୍ର ଲାଞ୍ଜିଗଡ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ ତଥା ଫୋନକଲର ବ୍ୟବସ୍ଥା କରାଯାଉ ବୋଲି ଦାବି କରିବା ସହ ଦାବି ପୂରଣ ନହେଲେ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories