www.samajalive.in
Saturday, December 6, 2025
16.1 C
Bhubaneswar

ଜାମିନ ମିଳିବା ପରେ ଡାକ୍ତରଖାନାରୁ ଘରକୁ ଫେରିଲେ ଦେବଗଡ଼ ବିଧାୟକ

ଦେବଗଡ଼ : ଜାମିନ ମିଳିବା ପରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ବୁର୍ଲା ଡାକ୍ତରଖାନାରୁ ଆଜି ଦେବଗଡ଼ ଫେରିଛନ୍ତି। ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମୟରେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ତିଲେଇବଣି ବ୍ଲକ ସଦର ମହକୁମାରେ ପହଞ୍ଚିବା କ୍ଷଣି ଶହଶହ ବିଜେପି ନେତା ଓ କର୍ମୀ ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିସହ ଏକ ବାଇକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିବା ପରେ ଦେବଗଡ଼ ସ୍ଥିତ ପ୍ରଧାନପାଟ ପର୍ଯ୍ୟଟନ ସ୍ଥଳୀକୁ ପାଛୋଟି ଅଣିଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ସେଠାରେ ଇଷ୍ଟଦେବୀ ମା’ ପ୍ରଧାନପାଟେଶ୍ୱରୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ବିରୋଧୀ ଦଳର ହୋଇଥିବାରୁ ଏବଂ ବିଧାନସଭା ଅଧିବେଶନ ସମୟରେ ଚାଷୀଙ୍କ ସ୍ୱାର୍ଥ ପାଇଁ ସାନିଟାଇଜର ପାନ ପୂର୍ବକ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ସରକାର ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରିଥିବା ଅଭିଯୋଗ କରିଛନ୍ତି।

- Advertisement -

ଅନ୍ୟପକ୍ଷରେ, ସେ ତିଲେଇବଣି ବିଡିଓଙ୍କ ବିରୁଦ୍ଧରେ ପ୍ରଥମେ ଏତଲା ଦେଇଥିଲେ ହେଁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରାନଯିବା ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଛନ୍ତି। ଆଗାମୀ ଦିନର ପଦକ୍ଷେପ ସମ୍ପର୍କରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ଦଳ ଏହି ଘଟଣାକୁ ଏକ ପ୍ରସଙ୍ଗ ଭାବେ ଗ୍ରହଣ କରିଥିବାରୁ ଦଳର ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉତ୍ତର ଦେଇଛନ୍ତି। ଗତ ଏପ୍ରିଲ ୩୦ ତାରିଖରେ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଓ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ବେଳେ ବିଡିଓଙ୍କ ଏତଲାକ୍ରମେ ଦେବଗଡ ଥାନା ପୁଲିସ ବିଧାୟକଙ୍କୁ ଗତ ୧ ତାରିଖରେ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତରେ ଜାମିନ ଆବେଦନ ବିଚାରାଧୀନ ଥିବାବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହିପରି ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ଗତ ଗତ ୭ ତାରିଖ ଦିନ ତାଙ୍କୁ ଓ ତାଙ୍କର ୨ ସହଯୋଗୀଙ୍କୁ ମାନ୍ୟବର ଅଦାଲତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories