www.samajalive.in
Saturday, December 13, 2025
26.1 C
Bhubaneswar

ଏମକେସିଜି​ରେ ପ୍ଲାଜମା ଥେରାପି କେବେ?

ବ୍ରହ୍ମପୁର : ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅଣାୟତ୍ତ। ଜୁଲାଇ ମାସ ପ୍ରାରମ୍ଭରୁ ଏହା ବିସ୍ଫୋରକ ରୂପ ଧାରଣ କରି ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଏପଟେ ପ୍ରଶାସନ ମୁକାବିଲା କରିବାକୁ ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ତଥାପି ସ୍ଥିତିରେ ସୁଧାର ପରିବର୍ତ୍ତେ ଉଗ୍ର ହେବାରେ ଲାଗିଛି। ଗ୍ରାମାଞ୍ଚଳ ପରେ ଏବେ ସହରାଞ୍ଚଳରେ କରୋନାର କରାଳ ରୂପ ଦେଖିବାକୁ ମିଳୁଛି। ଏହି କାରଣରୁ ଛତ୍ରପୁର ଉପଖଣ୍ଡର ୮ଟି ଏନଏସି ଓ ହିଞ୍ଜିଳିକାଟୁ ପୌରପାଳିକାକୁ ଆସନ୍ତାକାଲିଠାରୁ ୨୧ ତାରିଖ ପର୍ୟ୍ୟନ୍ତ ୬ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ବ୍ରହ୍ମପୁର ସହରରେ ମଧ୍ୟ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ମହାନଗର ନିଗମର ପ୍ରାୟ ସାହି ଓ ନଗରକୁ ଏହି ରୋଗ ବ୍ୟାପି ଗଲାଣି। ସ୍ଥାନୀୟ ସଂକ୍ରମଣ ଦ୍ବାରା ଲୋକେ ଆକ୍ରାନ୍ତ ହେଉଛନ୍ତି। ବିଭିନ୍ନ କାରଣକୁ ନେଇ ସଂଗରୋଧ କେନ୍ଦ୍ର ଅପେକ୍ଷା ଏବେ ସ୍ଥାନୀୟ ସଂକ୍ରମଣ ଅଧିକ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ କରୋନା ଏବେ ଗଞ୍ଜାମ ଜିଲାରେ ଗୋଷ୍ଠୀ ସଂକ୍ରମଣର ରୂପ ନେଲାଣି। ତଥାପି ପ୍ରଶାସନ ଏହା ମାନିବାକୁ ନାରାଜ। ବ୍ରେକ ଦେବାକୁ ଯତପୋରନାସ୍ତି ଉଦ୍ୟମ ଚାଲିଛି। କିନ୍ତୁ ଅମାନିଆ କରୋନା ତା ବାଟରେ ଚାଲିଛି। ବିଭିନ୍ନ କାରଣ ପାଇଁ ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଜ୍ବର, ଥଣ୍ଡା କିମ୍ବା କାଶରେ ଆକ୍ରାନ୍ତ ହୋଇ ଜଣେ ସ୍ବାବ ନମୁନା ପରୀକ୍ଷା ଦେବାର ସପ୍ତାହ ପରେ ମଧ୍ୟ ରିପୋର୍ଟ ପାଇ ପାରୁ ନାହାଁନ୍ତି। ଲକ୍ଷଣ ଥିବା ବ୍ୟକ୍ତିମାନେ ସ୍ବାବ ନମୁନା ଦେଇ ରିପୋର୍ଟକୁ ଘରେ ବସି ଅପେକ୍ଷା କରୁଛନ୍ତି। ସ୍ବାବ ରିପୋର୍ଟ ପଜିଟିଭ ଆସିବା ବେଳକୁ ସଂପୃକ୍ତ ବ୍ୟକ୍ତିଜଣକ ପରିବାର ସଦସ୍ୟଙ୍କୁ ରୋଗ ବାଣ୍ଟି ସାରୁଛି। ଏହାଦ୍ବାରା ଜଣକ ପାଇଁ ବହୁ ବ୍ୟକ୍ତିଙ୍କ ଜୀବନ ବିପନ୍ନ ହେବାର ସମ୍ଭାବନାକୁ ଏଡାଇ ଦେଇ ହେଉ ନାହିଁ। ବ୍ରହ୍ମପୁର ଏମକେସିଜିରେ ଦୈନିକ ୨୫୦ ସ୍ବାବ ପରୀକ୍ଷା ହେଉଛି। ଦୈନିକ ପ୍ରାୟ ୭ଶହ ରିପୋର୍ଟ ପରୀକ୍ଷାଗାରକୁ ଆସୁଛି। ହେଲେ ସେହି ଅନୁପାତରେ ପରୀକ୍ଷା ହୋଇପାରୁନି। ଏହି କାରଣରୁ ଏମକେସିଜିରେ କୋଭାସ ମେସିନ ସ୍ଥାପନ ଜରୁରୀ ହୋଇଛି। ବ୍ୟୟବହୁଳ ଏହି ମେସିନରେ ଏକାଥରକେ ଦୈନିକ ୨ହଜାର ସାମ୍ପୁଲ ଟେଷ୍ଟ ହୋଇପାରିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗଞ୍ଜାମ ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଥିବା ବେଳେ ଏଠାରେ ଏଭଳି ଏକ ମେସିନ କାର୍ୟ୍ୟକ୍ଷମର ଆବଶ୍ୟକତା ରହିଛି। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ କେତେକ ଚିକିତ୍ସା ବିଶେଷଜ୍ଞ ମତ ଦେଇଛନ୍ତି। ଅନ୍ୟପକ୍ଷରେ କଟକ ଏସସିବିରେ ଆଜିଠାରୁ କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ଚିକିତ୍ସା ସେବାର ଶୁଭାରମ୍ଭ ହୋଇଛି। ବର୍ତ୍ତମାନ ପରିପ୍ରେୀକ୍ଷରେ ବ୍ରହ୍ମପୁର ଏମକେସିଜିରେ ଏହି ଥେରାପିର ଶୁଭାରମ୍ଭ କରିବା ଜରୁରୀ ହୋଇଛି। କିନ୍ତୁ ଭିତ୍ତିଭୂମି ନଥିବାରୁ ଏହା ଏଠାରେ ସମ୍ଭବପର ହୋଇପାରିନି ନା କୌଣସି କାରଣ ପାଇଁ ଏମକେସିଜିକୁ ଗୁରୁତ୍ବ ଦିଆଯାଇନି ତାହା ଆଲୋଚନାର ବିଷୟ ହୋଇଛି। ଗଞ୍ଜାମ କରୋନା ହଟସ୍ପଟ ପାଲଟିବା ଏବଂ ଦୈନିକ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ସିଂହଭାଗ ରୋଗୀ ଗଞ୍ଜାମର ହୋଇଥିବାରୁ କରୋନାରେ ଗୁରୁତର ହୋଇପଡୁଥିବା ରୋଗୀଙ୍କ ନିମନ୍ତେ ଏମକେସିଜିରେ ଏହି ଥେରାପି ଶୁଭାରମ୍ଭ ଜରୁରୀ ହୋଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories