www.samajalive.in
Saturday, December 13, 2025
26.1 C
Bhubaneswar

ନିଜ ରାଇଜର ରାଜକୁମାରୀ ମିଥିଲା

ୱେବ୍‌ ସିରିଜ୍‌ ଦୁନିଆର ଏକ ଚିହ୍ନା ମୁହଁ ହେଉଛି ମିଥିଲା ପାଲକର୍। ୨୭ ବର୍ଷୀୟା ମିଥିଲାଙ୍କ ମତରେ, ମୁଁ ଏଠି କାହା ସହ ପ୍ରତିଯୋଗିତା କରିବାକୁ ଆସିନି। ଅଭିନୟ କରିବା ମୋର ଲକ୍ଷ୍ୟ। ଆତ୍ମସନ୍ତୋଷ ମିଳୁଥିବା ପର୍ଯ୍ୟନ୍ତ ଏଇ କ୍ଷେତ୍ରରେ ମୁଁ କାମ କରିଚାଲିବି। ତାଙ୍କ ହସ ଓ କୁଞ୍ଚକୁଞ୍ଚିଆ କେଶ ହିଁ ମୁଖ୍ୟ ଆକର୍ଷଣ ବୋଲି ମିଥିଲାଙ୍କ ପ୍ରଶଂସକଙ୍କ ମତ। ନିକଟରେ ୱେବ୍‌ ସିରିଜ୍‌ରେ ମୁକ୍ତିଲାଭ କରିଥିବା ‘ମସାବା ମସାବା’ରେ ତାଙ୍କ ଅଭିନୟକୁ ନେଇ ଚର୍ଚ୍ଚା ଥମିନାହିଁ। ଏଇ ଯୁବଅଭିନେତ୍ରୀ କହିଛନ୍ତି, ୱେବ୍ ସିରିଜ୍ ହେଉ କି ବଡ଼ ପରଦା, କଳାକାର ପ୍ରତ୍ୟେକ ସ୍ଥାନରେ ଅଭିନୟ କରେ। ଯେ କୌଣସି କାହାଣୀ ପାଇଁ ହଁ କହିବା ପୂର୍ବରୁ ସେ ଅତିକମ୍‌ରେ ୧୦-୧୫ଥର କାହାଣୀ ପଢ଼ନ୍ତି। ନିଜ ଚରିତ୍ରରେ ହଜାଇଦେବା ପରେ ସେ ଆଗକୁ ବଢ଼ୁଥିବାର କହିଛନ୍ତି। ୨୦୧୫ରେ ମୁକ୍ତିଲାଭ କରିଥିବା ‘କଟ୍ଟିବଟ୍ଟି’ରେ ସେ ଛୋଟ ଭୂମିକା କୋୟଲ୍ କାବରାରେ ଅଭିନୟ କରିଥିଲେ। ହେଲେ ପ୍ରଶଂସକ ମହଲ ଆଜି ପର୍ଯ୍ୟନ୍ତ ସେଇ ଚରିତ୍ରକୁ ଭୁଲିନାହାନ୍ତି। ନେଟ୍‌ ଫ୍ଲିକ୍ସରେ ମୁକ୍ତିଲାଭ ହେବାକୁ ଥିବା ଆଗାମୀ ୱେବ୍‌ ସିରିଜ୍‌ର କାମ ଡିସେମ୍ବରରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ମିଥିଲା ଜଣେ କର୍ପୋରେଟ୍ ଅଫିସରେ କାମ କରୁଥିବା ଯୁବତୀ ଭୂମିକାରେ ଅବତୀର୍ଣ୍ଣ। ଏହି ଚରିତ୍ର ପାଇଁ ତାଙ୍କ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories